ବନ୍ଧୁକ ଧରି ପୁଲିସକୁ ପାଠ ପଢ଼ାଇଲେ ଅମିତ ଶାହ

ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋ ପକ୍ଷରୁ ଆୟୋଜିତ ୪୮ତମ ଅଲ ଇଣ୍ଡିଆ ପୁଲିସ ସାଇନ୍ସ କଂଗ୍ରେସର ଉଦଘାଟନ ଅବସରରେ ବନ୍ଧୁକ ଧରିଲେ କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହ ।
ଏହି ଅବସରରେ ଅପରାଧିମାନଙ୍କୁ ଦମନ କରିବା ପାଇଁ ପୁଲିସକୁ ପାଠ ପଢ଼ାଇଛନ୍ତି ଅମିତ୍ ଶାହ। ପୁଲିସ ଆଗଭଳି ମାନ୍ଧାତା ଅମଳରେ ନରହି ନିଜକୁ ଅପଡେଟ୍ କରିବାକୁ ପଡ଼ିବ। ସେହିପରି ଅପରାଧୀମାନଙ୍କୁ ଧରିବା ପାଇଁ ପୁଲିସକୁ ଟେକ୍ନୋସେଭ୍ ହେବାକୁ ପଡ଼ିବ। ଅପରାଧୀଙ୍କଠାରୁ ପୁଲିକୁ ଦୁଇ ପାଦ ଆଗକୁ ବଢ଼ିବା ଜରୁରୀ ବୋଲି କହିଛନ୍ତି ଶାହ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ କରିବାକୁ ହେଲେ ଆମକୁ ପୁଲିସର ଆଧୁନୀକିକରଣ କରିବା ସହ ସେମାନଙ୍କୁ ତାଲିମ ଦେବାକୁ ହେବ । ଗତ ୮ ବର୍ଷରେ ନରେନ୍ଦ୍ର ମୋଦୀ ସରକାର କଶ୍ମୀର ସମସ୍ୟାର ସମାଧାନ କରିଦେଛନ୍ତି । ଏହା ସହିତ ମାଓବାଦ ଓ ନିଶାକାରବାର ସମସ୍ୟାର ବି ଏକରକମ ସମାଧାନ କରିଦେଇଛନ୍ତି । ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାରେ ଅନେକ ବିକାଶ କାର୍ଯ୍ୟ ହୋଇଛି ।
ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ ଯେ ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ପୁଲିସ ୟୁନିଟ, ସାମାଜିକ ବିଜ୍ଞାନୀ, ଫୋରେନସିକ ବିଶେଷଜ୍ଞମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିବା । ଏହି ଅବସରରେ ପ୍ରଦର୍ଶିତ ହୋଇଥିବା ପୁଲିସର ଅସ୍ତ୍ରାଗାରକୁ ବୁଲି ଦେଖିଥିଲେ ଅମିତ ଶାହ। ଏହି ସମୟରେ ଅମିତ ଶାହ ଏକ ବନ୍ଧୁକ ଉଠାଇ ପରୀକ୍ଷା କରିଥିଲେ।
Powered by Froala Editor