କରୋନା: ସ୍କୁଲ ପିଲା ସମ୍ପର୍କରେ ଏହି କଥା କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ଵର : ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ଦେଶରେ ସଂକ୍ରମଣ ବଢୁଛି। ତେଣୁ ରାଜ୍ୟରେ ବଢିବନି ବୋଲି କହିହେବ ନାହିଁ। ସତର୍କ ରହିବାକୁ ହେବ। ଆମ ରାଜ୍ୟରେ କିଭଳି ସଂକ୍ରମଣ ନବଢିବ ଏବଂ ଯଦି ନବଢିଲା କିଭଳି ଆୟତ୍ତ କରାଯିବ ତାହା ଉପରେ ଗୁରୁତ୍ଵ ଦିଆଯାଇଛି। ଆଜି ରାଜ୍ୟରେ ମାତ୍ର ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ସ୍ଥିତି ଭଲ ଅଛି।
ସେହିପରି ସ୍କୁଲ ପିଲାମାନଙ୍କର ଥଣ୍ଡା ଜ୍ଵର ପଡ଼ିବା ପ୍ରସଙ୍ଗରେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ଯଦି ପିଲାମାନଙ୍କର ଥଣ୍ଡା ଜ୍ଵରର ଲକ୍ଷଣ ରହୁଛି ତେବେ ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଟେଷ୍ଟ କରାଇ ଆଇସୋଲେସନରେ ରଖନ୍ତୁ। ଯଦି ଆମେ ଜାଣିଜାଣି ଟେଷ୍ଟ ନକରିବା ତେବେ ତାହା ବିପଦକୁ ଡାକିବା ସହ ସମାନ। ଥଣ୍ଡା ଜ୍ଵରର ଅର୍ଥ କେବଳ କରୋନା ନୁହେଁ। ଅନ୍ୟ ଭାଇରାଲ୍ ଇନଫେକ୍ସନ ମଧ୍ୟ ଥଣ୍ଡା ଜ୍ଵର କରାଇଥାଏ।
Powered by Froala Editor