୧୯୬ ପୋଲିସ ଆଉଟପୋଷ୍ଟ ପଦବିକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୧୯୬ଟି ପଦବିକୁ ମଞ୍ଜୁରୀ ଦେଇଛନ୍ତି । ପୋଲିସ ବିଭାଗର ୨୮ଟି ସବ୍ଇନ୍ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବି ମଞ୍ଜୁର କରିଛନ୍ତି। ଏହାଦ୍ବାରା ସମୁଦାୟ ୧୯୬ଟି ନୂତନ ପଦବି ସୃଷ୍ଟି ହୋଇଛି। ଏହି ନୂତନ ପଦବି ଗୁଡିକ ରାଜ୍ୟ ସରକାରଙ୍କ ORV Act ସମେତ ନିଯୁକ୍ତି ନିୟମାବଳୀର ସମସ୍ତ ବ୍ୟବସ୍ଥା ଅନୁଯାୟୀ ପୂରଣ କରାଯିବ ।
ପୋଲିସ ବିଭାଗର ଅନ୍ୟାନ୍ୟ ପଦବି ଗୁଡିକର ପୁନଃବଣ୍ଟନ ଦ୍ବାରା ଏହି ପଦବି ଗୁଡିକ ସୃଷ୍ଟି କରାଯାଇଛି । ଏହି ନୂତନ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟରେ ନିଯୁକ୍ତ ହେବେ । ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି ବିଭିନ୍ନ ଅପରାଧିକ ଅନୁସନ୍ଧାନ କ୍ଷେତ୍ରରେ ସେମାନେ ଦାୟିତ୍ବ ନିର୍ବାହ କରିବେ । ଏହାଦ୍ବାରା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବାସ୍ଥା ଅଧିକ ଦୃଢ଼ ହୋଇପାରିବ ।
Powered by Froala Editor