ଫିଟନେସ୍ ଯାଞ୍ଚ:ସ୍କୁଲ ବସ୍କୁ ୨.୩୩ ଲକ୍ଷ ଫାଇନ୍
ଭୁବନେଶ୍ୱର: ଫିଟନେସ୍ ଯାଞ୍ଚ ବେଳେ ଏକ ସ୍କୁଲ ବସ୍କୁ ୨ ଲକ୍ଷ ୩୩ ହଜାର ଫାଇନ୍ । ଭୁବନେଶ୍ୱର ଡମଣା ଛକରେ ଆଜି ପରିବହନ ବିଭାଗ ଏକ ବସ୍ ଉପରେ ଏହି ଫାଇନ୍ ଲାଗୁ କରିବା ସହ ବସ୍ଟିକୁ ଜବତ କରାଯାଇଛି।
ବସ୍ ପରମିଟ୍, ବୀମା, ପଲ୍ୟୁସନ୍ ବାବଦରେ ଏହି ଫାଇନ୍ କଟାଯାଇଛି । ଟିକସ ବକେୟା ଅଭିଯୋଗରେ ୨ ଲକ୍ଷ ୫ ହଜାର, ପଲ୍ୟୁସନ୍ ପାଇଁ ୧୦ ହଜାର ଓ ପରମିଟ୍ ପାଇଁ ୧୦ ହଜାର ଟଙ୍କା ଫାଇନ୍ ପକାଯାଇଛି ।
ଗତ ୨୦ ତାରିଖରୁ ସ୍କୁଲ ଗାଡ଼ିର ଫିଟନେସ୍ ଯାଞ୍ଚ ଆରମ୍ଭ କରାଯାଇଛି। ପ୍ରଥମ ଦିନ ଚଢ଼ାଉ ସମୟରେ ହିଁ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସ୍ ଉପରେ ୪ ଲକ୍ଷ ଟଙ୍କା ଫାଇନ୍ ପକାଇଥିଲା ପରିବହନ ବିଭାଗ। ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍ ପାଇଁ ୨୧ ହଜାର ୫୦୦ ଜରିମାନା କରିଥିଲା ପରିବହନ ବିଭାଗ।
Powered by Froala Editor