ମଣିଷଙ୍କୁ ପଶୁ ଇଞ୍ଜେଇକ୍ସନ୍, ଏଏସଆଇ ନିଲମ୍ବିତ
କରଞ୍ଜିଆ : ମଣିଷଙ୍କୁ ପଶୁ ଇଞ୍ଜେଇକ୍ସନ୍ ଦେବା ଘଟଣାରେ କାର୍ୟ୍ୟରେ ଅବହେଳା ଅଭିଯୋଗରେ ଏଏସଆଇ ନିଲମ୍ଵିତ। ମହୁଲଡିହା ଥାନା ଏଏସଆଇ ପବିତ୍ର ମୋହନ ରାଉତଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସ୍ପି ରିଷୀକେଶ ଦ୍ୟନଦେଓ ଖିଲାରୀ ।
ଗତ ଶନିବାର ଦିନ ମହୁଲଡିହା ଗ୍ରାମର କିଛି ବ୍ୟକ୍ତି ବିଶ୍ଵନାଥ ବେହେରା ନାମକ ଜୈନେକ ନକଲି ଡାକ୍ତର ମଣିଷଙ୍କୁ ପଶୁ ଇଞ୍ଜେକ୍ସନ ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ପଶୁ ଡାକ୍ତରଙ୍କୁ ମହୁଲଡିହା ଥାନା ଜିମା ଦେଇଥିଲେ। ସେହି ସମୟରେ କାର୍ୟ୍ୟରତ ଥିବା ଏଏସଆଇ ପବିତ୍ର ମୋହନ ରାଉତ ଏକ ରାଜିନାମା ଲେଖାଇ ନକଲି ଡାକ୍ତରକୁ ଛାଡି ଦେଇଥିଲେ। ଏହି ଘଟଣାରେ ଏବେ ମୟୂରଭଞ୍ଜ ଏସ୍ପି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମହୁଲଡିହା ଥାନା ଏଏସଆଇ ପବିତ୍ର ମୋହନ ରାଉତଙ୍କୁ ନିଲମ୍ବନ କରାଯାଇଛି। ଏନେଇ କରଞ୍ଜିଆ ଏସ.ଡି.ପି.ଓ ସୂଚନା ଦେଇଛନ୍ତି।
Powered by Froala Editor