ଇଂଲିଶ ମିଡିୟମ ସ୍କୁଲ ବସ୍କୁ ୪ ଲକ୍ଷ ଫାଇନ୍
ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସ୍କୁ ୪ ଲକ୍ଷ ଫାଇନ୍ କାଟିଛି ପରିବହନ ବିଭାଗ। ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍ ପାଇଁ ୨୧ ହଜାର ୫୦୦ ଜରିମାନା କରିଛି ପରିବହନ ବିଭାଗ। ଆଜିଠାରୁ ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନକୁ ପରିବହନ ବିଭାଗ କଡ଼ାକଡ଼ି କରିଛି। ଏହି ସମୟରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟ୍ନେସ, ପର୍ମିଟ, ଇନ୍ସ୍ୟୁରାନ୍ସ, ପଲ୍ୟୁଶନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯାଉଛି। ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ପିଲା ପରିବହନ କରୁଥିଲେ ଗାଡ଼ିର ଓ ଚାଳକଙ୍କ ଲାଇସେନ୍ସ ଯାଞ୍ଚ କରାଯାଉଛି। ତେଣୁ ଗାଡି ଯାଞ୍ଚ ବେଳେ ଏହି ସ୍କୁଲ ବସ୍ରୁ ୪ ଲକ୍ଷ ଫାଇନ ଆଦାୟ କରାଯାଇଛି ।
Powered by Froala Editor