ବନ ବିଭାଗ ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତ୍ୟୁ

ରାୟଗଡା କଲ୍ୟାଣସିଂହପୁର ବନ ବିଭାଗର ଡେପୁଟି ରେଞ୍ଜରଙ୍କ ମୃତଦେହ ଠାବ ହୋଇଛି । ସରକାରୀ ବାସଭବନରେ ଡେପୁଟି ରେଞ୍ଜର ବ୍ରଜମୋହନ ଭୋଇଙ୍କ ସନ୍ଦେହଜନକ ଭାବେ ମୃତଦେହ ଠାବ ହୋଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସ୍ଥାନୀୟ ତହସିଲଦାରଙ୍କ ସହ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନାନୁଯାୟୀ, ବ୍ରଜମୋହନ ଭୋଇ କଲ୍ୟାଣସିଂହପୁର ରେଞ୍ଜର ଡେପୁଟି ରେଞ୍ଜର ଭାବରେ କାର୍ଯ୍ୟରତ ଥିଲେ। ସବୁଦିନ ଭଳି ଆଜି ମଧ୍ୟ କର୍ମଚାରୀମାନେ ଆସିଥିଲେ। ତାଙ୍କ କୋଠରୀକୁ ଯାଇ କବାଟ ବାଡେଇବା ସହ ଡାକିଥିଲେ ବି ସେ କବାଟ ଖୋଲିନଥିଲେ । ଝରକା ପଟେ କିଛି କର୍ମଚାରୀ ଦେଖିବା ପରେ ସେ ଉଲଗ୍ନ ଅବସ୍ଥାରେ ପଡ଼ି ରହିଥିବା ଦେଖିଥିଲେ ଓ ସ୍ଥାନୀୟ ରେଞ୍ଜରଙ୍କୁ ସୂଚନା ଦେଇଥିଲେ। ମୃତ୍ୟୁର ସଠିକ୍ କାରଣ ଜଣାପଡ଼ି ନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।
Powered by Froala Editor