ଅସମ୍ଭାଳ ଗରମ, ସବୁଠୁ ତତଲା ସୋନପୁର
ଆଜି ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରିଛି। ୪୪.୪ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ୯ଟି ସହରରେ ଦିନର ତାପମାତ୍ରା ୪୨ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଥିବା ବେଳେ ୨୧ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ଆଗକୁ ଦିନର ତାପମାତ୍ରା ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ସୂଚନା ଅନୁସାରେ ଆଜି ଅନୁଗୁଳରେ ୪୩.୧, ବାରିପଦାରେ ୪୧.୦, ଝାରସୁଗୁଡ଼ାରେ ୪୨.୮, କେନ୍ଦୁଝରରେ ୪୦.୨, ସମ୍ବଲପୁରରେ ୪୨.୪, ସୁନ୍ଦରଗଡ଼ରେ ୪୨.୫, ହୀରାକୁଦରେ ୪୧.୬, ଭବାନୀପାଟଣାରେ ୪୨.୦, ବଲାଙ୍ଗୀରରେ ୪୪.୩, ଟିଟିଲାଗଡ଼ରେ ୪୩.୫, ତାଳଚେରରେ ୪୦.୬, ଭଦ୍ରକରେ ୪୦.୦, ଢେଙ୍କାନାଳରେ ୪୦.୦, ଦେବଗଡ଼ରେ ୪୨.୦, ବରଗଡ଼ରେ ୪୦.୫, ନୂଆପଡ଼ାରେ ୪୧.୦, ଖୋର୍ଦ୍ଧାରେ ୪୦.୦, ବୌଦ୍ଧରେ ୪୩.୦, ପାରଳାଖେମୁଣ୍ଡିରେ ୪୧.୦ ଓ ମାଲକାନଗିରିରେ ୪୦.୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।
ସେହିପରି କୋରାପୁଟରେ ୩୬.୨ ଡିଗ୍ରୀ, ଫୁଲବାଣୀରେ ୩୯.୪ ଡିଗ୍ରୀ, ଛତ୍ରପୁରରେ ୩୩.୦ ଡିଗ୍ରୀ, ରାୟଗଡ଼ାରେ ୩୮.୬ ଡିଗ୍ରୀ, ଭଦ୍ରକରେ ୪୦.୦ ଡିଗ୍ରୀ, ଢେଙ୍କାନାଳରେ ୪୦.୦ ଡିଗ୍ରୀ, ଜଗତସିଂହପୁରରେ ୩୫.୦ ଡିଗ୍ରୀ, ସୋନପୁରରେ ୪୪.୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୫.୦ ଡିଗ୍ରୀ ଓ ମାଲକାନଗିରିର ତାପମାତ୍ରା ୪୦.୦ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି।
Powered by Froala Editor