ପୁଣି କରୋନା ଭୟ, ଏମିତି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ କରୋନା ସଂକ୍ରମଣ ଓ ମୃତୁ୍ୟ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେଉଥିଲା । କିନ୍ତୁ ଦେଶରେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଲାଣି । କରୋନା ଚତୁର୍ଥ ଲହର ଆସିବାର ଆଶଙ୍କା ପ୍ରକାଶ ପାଇଛି । ଦୈନିକ ସଂକ୍ରମଣ ବୃଦ୍ଧିକୁ ନେଇ ଏହି ଆଶଙ୍କା ବଢିଛି ।
ତେବେ କରୋନା କଟକଣାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟରେ ଏଯାଏ ମାସ୍କ ପିନ୍ଧିବା କଟକଣା ହଟିନାହିଁ । ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି, ବିଶେଷ କରି ଭିଡ ସ୍ଥାନକୁ ଗଲେ ମାସ୍କ ପିନ୍ଧିବା ଜରୁରୀ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ପରିସ୍ଥିତି ଜଟିଳ ରହିଛି କିନ୍ତୁ ଆମ ରାଜ୍ୟ ସ୍ଥିତି ଭଲ ରହିଛି ଓ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ରୁ ୨୦ ଭିତରେ ରହୁଛି । ତେଣୁ ଦରକାର ପଡିଲେ ନୂଆ ଷ୍ଟ୍ରାଟେଜି ଲାଗୁ ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି ।
ଏହା ସହିତ ବର୍ତ୍ତମାନର ସ୍ଥିତିକୁ କୋଭିଡର ୪ର୍ଥ ଲହର କହିହେବ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଅନ୍ୟପଟେ ଭାରତର ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ ଏଠାରେ ତୁଣ୍ଡି ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଜାତୀୟ ରାଜଧାନୀ ଅଂଚଳ (ଏନସିଆର୍) ସହିତ ଲକ୍ଷ୍ନୌ, ଗୌତମବୁଦ୍ଧ ନଗର, ଗାଜିଆବାଦ, ହାପୁର, ମିରଟ୍, ବୁଲନ୍ଦସର ଓ ଭାଗପତ ଅଂଚଳରେ ତୁଣ୍ଡି ପିନ୍ଧିବାମକୁ ପ୍ରଶାସନ ପକ୍ଷରୁ ବାଧ୍ୟତାମୂଳକ କରାଯାିଛି । ସର୍ବସାଧାରଣ ସ୍ଥାନରେ ଲୋକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।
Powered by Froala Editor