ମନୋଜ ପାଣ୍ଡେ ହେଲେ ନୂଆ ସେନାଧ୍ୟକ୍ଷ
ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତର ନୂଆ ସ୍ଥଳ ସେନା ମୁଖ୍ୟ ହେବେ । ଆସନ୍ତା ଏପ୍ରିଲ ୩୦ରେ ଅବସର ନେବାକୁ ଯାଉଥିବା ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ ।
ଭାରତର ସେନାମୁଖ୍ୟ ଭାବେ ନିଯୁକ୍ତି ପାଇବାରେ ପାଣ୍ଡେ ହେଉଛନ୍ତି ପ୍ରଥମ ଇଂଜିନିୟର, ଏହା ପୂର୍ବରୁ ସେ ସେନା ଉପମୁଖ୍ୟ ଥିଲେ । ଉପମୁଖ୍ୟ ହେବା ପୂର୍ବରୁ ସେ ପୂର୍ବାଞ୍ଚଳ ସେନା କମାଣ୍ଡର ଭୂମିକା ତୁଲାଉଥିଲେ ।
ନୂତନ ସ୍ଥଳସେନା ମୁଖ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଟ୍ବିଟ କରି ଜେନେରାଲ ମନୋଜ ପାଣ୍ଡେଙ୍କୁ ନୂତନ ଦାୟିତ୍ବ ପାଇଁ ଅଭିନନ୍ଦନ ଜଣାଇବା ସହ ସଫଳ କର୍ୟ୍ୟକାଳ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
୨୯ତମ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଜେନେରାଲ ମନୋଜ ପାଣ୍ଡେ । ସେ ବର୍ତ୍ତମାନ ସ୍ଥଳସେନା ଉପମୁଖ୍ୟ ଭାବେ ଦାୟିତ୍ବରେ ଥିବାବେଳେ ଚଳିତ ମାସ ୩୦ ତାରିଖରେ ଜେନେରାଲ ନରଓ୍ବାଣେଙ୍କ ଠାରୁ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ । ୧୯୮୨ ମସିହାରେ ଜଣେ ସେନା ଇଞ୍ଜିନିୟର ଭାବେ କାର୍ୟ୍ୟ ଆରମ୍ଭ କରିଥିବା ଜେନେରାଲ ପାଣ୍ଡେ ସ୍ଥଳସେନାର ସର୍ବୋଚ୍ଚ ପଦବୀରେ ପହଞ୍ଚିବାରେ ପ୍ରଥମ ଅଧିକାରୀ ହେବାକୁ ଯାଉଛନ୍ତି ।
Powered by Froala Editor