ବଢ଼ିବ ଓମ୍ଫେଡ କ୍ଷୀର ଦର,କେତେ ଜାଣନ୍ତୁ

ଭୁବନେଶ୍ୱର: ଓମ୍ଫେଡ୍ କ୍ଷୀର ଲିଟର ପିଛା ୨ ଟଙ୍କା ବଢ଼ିବ । ଆସନ୍ତା ୨୧ ତାରିଖରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ । ଏବେ ବଜାରରେ ମିଳୁଥିବା ୫୦୦ ମିଲିର ଓମଫେଡ୍ ପ୍ୟାକେଟ୍ ୨୩ଟଙ୍କାରେ ବିକ୍ରି ହେଉଛି । ଏହା ବଢ଼ି ୨୪ଟଙ୍କା ହୋଇଯିବ । ଓମଫେଡ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
କୃଷକଙ୍କ ମୂଲ୍ୟ ବୃଦ୍ଧି, ସବୁଜ ଓ ଶୁଖିଲା ଚାରାର ମୂଲ୍ୟ, ଔଷଧ, ଇନ୍ଧନ ମୂଲ୍ୟ ଓ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ଓମଫେଡ୍ କ୍ଷୀର ଦର ବଢାଇବାକୁ ନିଷ୍ପତ୍ତି ନେଇଛି । ଓମ୍ଫେଡ ଗୋଲ୍ଡ ଓ ଓମ୍ଫେଡ୍ ପ୍ରିମିୟମ୍ ୫୦୦ମିଲିକୁ ୨୪ଟଙ୍କା ଓ ଓମ୍ଫେଡ୍ ଟୋନ୍ଡ ୫୦୦ମିଲି ୨୧ ଟଙ୍କା ହେବ । ତେବେ ଇନ୍ପୁଟ ଖର୍ଚ୍ଚର ବୃଦ୍ଧିକୁ ବିଚାରକୁ ନେଇ କ୍ଷୀରର କିଣା ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି ବୋଲି ସୂଚନା ଦିଆଯାଇଛି ।
Powered by Froala Editor