ଋଷ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହୃଦଘାତ, ଜାଣନ୍ତୁ କାରଣ

ମସ୍କୋ: ରୁଷିଆ-ୟୁକ୍ରେନ ଯୁଦ୍ଧ ୫୧ଦିନରେ ପହଂଚିଥିବାବେଳେ ଏପର୍ଯ୍ୟନ୍ତ ରୁଷିଆକୁ ବିଶେଷ ସଫଳତା ମିଳିପାରି ନାହିଁ । ଏଥିରେ କ୍ଷୁବ୍ଧ ହୋଇ ରାଷ୍ଟ୍ରପତି ପୁଟିନ ପ୍ରତିରକ୍ଷା ବିଭାଗର ପ୍ରାୟ ୨୦ଜଣ ଜେନେରାଲଙ୍କୁ ଗିରଫ ନିଦେ୍ର୍ଧଶ ଦେଇଥିବା ଜଣାପଡିଛି । ଅନ୍ୟ ଏକ ରିପୋର୍ଟରେ ଏକ ବଡଧରଣ ଦୁର୍ନୀତି ପାଇଁ ଏମାନଙ୍କୁ ଗିରଫ କରାଯାଇଥିବା ଦାବି କରାଯାଇଛି । ଫେଡେରାଲ ସିକୁ୍ୟରିଟି ସର୍ଭିସର ୧୫୦ଜଣ ଅଫିସରଙ୍କୁ ମଧ୍ୟ ଏହି ଦୁର୍ନୀତି ମାମଲାରେ ପୁଟିନ ଗିରଫ ନିଦେ୍ର୍ଧଶ ଦେଇଥିବା ଜଣାପଡିଛି ।
ଅନ୍ୟପଟେ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହୃଦଘାତ ହୋଇଥିବା ସୂଚନା ମିଳିଛି । ତେବେ ଏହା ସ୍ୱାଭାବିକ କାରଣରୁ ନୁହେଁ ବୋଲି ଜଣାପଡିଛି । ଅର୍ଥାତ ସ୍ୱାସ୍ଥ୍ୟଗତ ସମସ୍ୟାରୁ ନୁହେଁ ବରଂ କୌଣସି ଚାପରୁ ଏଭଳି ହୃଦଘାତ ହୋଇଥିବା ବ୍ରିଟିଶ ଖବରକାଗଜ ଡେଲିମେଲରେ ରିପୋର୍ଟ ପ୍ରକାଶ ପାଇଛି ।
ବୁଧବାର ବ୍ଲାକ ସିରେ ରୁଷିଆ ଯୁଦ୍ଧ ଜାହାଜକୁ ବିସ୍ଫୋରଣ କରି ୟୁକ୍ରେନ ସେନା ବୁଡାଇଦେବା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭୀଷଣ କ୍ଷୁବ୍ଧ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ଏହାପରେ ସେ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁଙ୍କୁ ପ୍ରବଳ ଗାଳି କରିଥିଲେ । ଯାହା ଫଳରେ ତାଙ୍କର ହୃଦଘାତ ହୋଇଥିବା ସନେ୍ଦହ କରାଯାଉଛି ।
Powered by Froala Editor