ମହାନଦୀ ଗଣ୍ଡରେ ଗୋଡ଼ ଫସିଗଲା, ୨ ଭାଇଙ୍କ ମୃତ୍ୟୁ
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧୀନ ଅଗପାଳ ପଞ୍ଚାୟତରେ ଦୁଃଖଦ ଘଟଣା ଘଟିଛି । ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ପଥୁରିଆ ଗାଁର ଚାରି ଜଣ ଯୁବକ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଗଣେଶ୍ୱର ସାହୁ ଓ ରାଜୀବ ଲୋଚନ ସାହୁଙ୍କ ଚୋରାବାଲିରେ ଗୋଡ଼ ଖସି ଯାଇଥିଲା । ଗୋଡ଼ ଖସିଯିବା ଫଳରେ ସେମାନେ ଗଣ୍ଡ ଭିତରକୁ ଭାସି ଯାଇଥିଲେ । ଅନ୍ୟ ଦୁଇଜଣ ନଦୀ ପଠାରେ ସେମାନଙ୍କୁ ବୁଡ଼ି ଯିବା ଦେଖି ଗାଁ ଲୋକଙ୍କୁ ଜଣାଇଥିଲେ । ଗାଁ ଲୋକେ ଓ ଅଗ୍ନିଶମ ବାହିନୀ ଆସି ଗଣେଶ୍ୱର ଓ ରାଜୀବଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏ ଘଟଣା ପରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି । ଦୁଇ ଭାଇଙ୍କ ଏକାସାଙ୍ଗରେ ମୃତ୍ୟୁ ଘଟିବା ଫଳରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor