ପୋଲ ଉପରୁ ଡେଇଁଲେ ଛାତ୍ରୀ
ଚାନ୍ଦବାଲୀ: ବୈତରଣୀ ବ୍ରିଜ୍ ଉପରୁ ଡେଇଁ କଲେଜ ଛାତ୍ରୀ ନିଖୋଜ ଅଛନ୍ତି । ଚାନ୍ଦବାଲୀ-ରାଜକନିକାକୁ ସଂଯୋଗ କରୁଥିବା ବ୍ରିଜ ଉପରେ ଛାତ୍ରୀଜଣଙ୍କ ସାଇକେଲ ଓ ବ୍ୟାଗ ରଖି ବ୍ରିଜରୁ ଡେଇଁ ପଡିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଛାତ୍ରୀଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି ।
ଏଯାଏ ଛାତ୍ରୀଙ୍କ କୌଣସି ପତ୍ତା ମିଳନାହିଁ । ତେବେ ଛାତ୍ରୀଜଣଙ୍କ କାହିଁକି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି, ତା’ର କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ଉକ୍ତ ଛାତ୍ରୀଜଣଙ୍କ କେଉଁ ଅଂଚଳର ଏବଂ ସେ କେଉଁଠାରେ ପାଠ ପଢୁଥିଲେ, ତାହା ମଧ୍ୟ କୌଣସି ସଠିକ୍ ସୂଚନା ଜଣାପଡିନାହିଁ ।
Powered by Froala Editor