ହାଇଦ୍ରାବାଦ ପରେ ମୁମ୍ବାଇକୁ ମିଳିଲା ‘ଟ୍ରି ସିଟି ଅଫ ଦି ୱାର୍ଲଡ’ର ମାନ୍ୟତା
ମୁମ୍ବାଇକୁ ୟୁଏନ ଖାଦ୍ୟ ଓ କୃଷି ସଙ୍ଗଠନଙ୍କ ଆର୍ବର ଡେ ଫାଉଣ୍ଡେସନ ୨୦୨୧ରେ ‘ଟ୍ରି ସିଟି ଅଫ ଦି ୱାର୍ଲଡ’ ମାନ୍ୟତା ପ୍ରଦାନ କରିଛନ୍ତି। ମହାରାଷ୍ଟ୍ର ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେ ନଗରନିଗମ କମିଶନର ଡା.ଇକବାଲ ସିଂହ ଚହଲ ଓ ପାର୍କ ସୁରିଣ୍ଟେଣ୍ଡେଣ୍ଟଙ୍କୁ ଭେଟିଥିବା ବେଳେ ଆର୍ବର ଡେ ଫାଉଣ୍ଡେନସ ପକ୍ଷରୁ ଜିତେନ୍ଦ୍ର ପରଦେଶୀଙ୍କୁ ମିଳିଥିବା ପ୍ରଶସ୍ତି ପତ୍ର ଗ୍ରହଣ କରିଛନ୍ତି। ଆର୍ବର ଡେ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଡେନ ଲ୍ୟାମ୍ବ ମୁମ୍ବାଇ ସମ୍ମାନରେ ଉଲ୍ଲେଖ କରିଥିବା ସ୍ୱତନ୍ତ୍ର ପ୍ରଶସ୍ତି ପତ୍ରରେ ଲେଖିଛନ୍ତି ଯେ, ଏହା ଏକ ଏପରି ସହର ଯାହାର ଉଭୟ ସହର ଓ ଗ୍ରାମାଞ୍ଚଳରେ ବନିକରଣ ବଢୁଥିବା ଦେଖା ଯାଉଛି । ଏଥିଲାଗି ସେ ମୁମ୍ବାଇ ସହର ସମେତ ଏହାର ବାସିନ୍ଦାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
ପାର୍କ ସୁରିଣ୍ଟେଣ୍ଡେଣ୍ଟ ଜିତେନ୍ଦ୍ର ପରଦେଶୀ କହିଛନ୍ତି, ଆଧୁନିକ ବିଶ୍ୱରେ ସହରମାନଙ୍କର ମୂଲ୍ୟାୟନ ଅଲଗା ଅଲଗା ମାନକ ଆଧାରରେ କରାଯାଉଛି। ସେହି ଆଧାରରେ ବିଏମସି ଅଞ୍ଚଳରେ ସ୍ଥାପିତ ମିୟାବାକି ବନରେ ଲଗାତାର ବୃକ୍ଷରୋପଣ, ବୈଜ୍ଞାନିକ ଉପାୟରେ ଏହାର ରକ୍ଷଣାବେକ୍ଷଣା, ପରିବେଶ ପ୍ରତି ଲୋକଙ୍କ ମଧ୍ୟରେ ଜନସଚେତନତା ଲାଗି ମୁମ୍ବାଇକୁ ଜାତିସଂଘଙ୍କ ସଂସ୍ଥା ଟ୍ରି ସିଟି ନାମରେ ନାମିତ କରିଛନ୍ତି।
ଦେଶର ଆର୍ଥିକ ରାଜଧାନୀ ଭାବେ ଜଣାଶୁଣା ମୁମ୍ବାଇକୁ ଡ୍ରିମ ସିଟି ବୋଲି ମଧ୍ୟ ଜାଣନ୍ତି। ତେବେ ଟ୍ରି ସିଟି ଏବେ ସହରର ନୂଆ ପରିଚୟ ପାଲଟିଛି। ମୁମ୍ବାଇ ପୂର୍ବରୁ ହାଇଦ୍ରାବଦ ଏହି ସମ୍ମାନରେ ସମ୍ମାନୀତ ଥିଲା।
Powered by Froala Editor