ଉପରମୁହାଁ କରୋନା, ଆସିବକି ଚତୁର୍ଥ ଳହର?
ନୂଆଦିଲ୍ଲୀ : ଗତ କିଛି ଦିନ କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହେଉଥିଲା । କରୋନା ମହାମାରୀର ଚତୁର୍ଥ ଲହର ନେଇ ପୁଣି ସଙ୍କଟ ଘନେଇବାରେ ଲାଗିଛି। ଚତୁର୍ଥ ଲହର ଯୋଗୁ ଦେଶର ୨୯ଟି ଜିଲାରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି ।, ଦିଲ୍ଲୀ-ଗୁଜୁରାଟ ଏବଂ ହରିୟାଣାରେ ଆଦି ୩ ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଚିନ୍ତାର କାରଣ ପାଲଟିଛି ।
ସୂଚନା ଅନୁସାରେ ଗତ ୨୮ ଦିନ ମଧ୍ୟରେ ଦେଶରେ ୫,୪୭୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି ସମୟରେ ୪୦,୮୬୬ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ଚାରି ସପ୍ତାହ ମଧ୍ୟରେ ୫୮ ହଜାର ୧୫୮ ଜଣ ଲୋକ ମଧ୍ୟ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିଲେ ।କେରଳର ୧୪ ଟି ଜିଲା, ମିଜୋରାମର ୭ ଟି ଜିଲାରେ ସ୍ଥିତି ସଙ୍କଟ ଜନଦକ ରହିଛି । ହରିୟାଣାର ଗୁରୁଗ୍ରାମ୍ରେ ଅବସ୍ଥା ମଧ୍ୟ ଚିନ୍ତାଜନକ ରହିଛି । ଏଠାରେ ପଜିଟିଭିଟି ହାର ୫.୮୧ ପ୍ରତିଶତ ରହିଚି ।
ଏହା ବ୍ୟତୀତ ମଣିପୁର ଏବଂ ଓଡିଶାର ଗୋଟିଏ ଲେଖାଏଁ ଜିଲାରେ ସ୍ଥିତି ଚିନ୍ତା ଜନକ ରହିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେତେକ ରାଜ୍ୟ ପାଇଁ ଚେତାବନୀ ଜାରି କରିଛନ୍ତି । ସେସବୁ ରାଜ୍ୟମଧ୍ୟରେ ଦିଲ୍ଲୀ, ହରିୟାଣା, କେରଳ, ମହାରାଷ୍ଟ୍ର, ମଣିପୁର ଏବଂ ମିଜୋରାମର ନାମ ରହିଛି । ସେହିପରି କରୋନାର ଚତୁର୍ଥ ଲହର ପୃଥିବୀର ୧୦ଟି ଦେଶରେ ଆରମ୍ଭ ହୋଇଛି । ସେଥି ମଧ୍ୟରେ ଆମେରିକା, ବ୍ରାଜିଲ, ଜର୍ମାନୀ, ଅଷ୍ଟ୍ରେଲିଆ, ରୁଷିଆ, ଇଟାଲୀ, ଫ୍ରାନ୍ସ, ଜାପାନ, ଥାଇଲାଣ୍ଡ, ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରିଆ ଆଦି ଦେଶ ରହିଛି ।
Powered by Froala Editor