ଦେଶରେ ପୁଣି ବଢିଲାଣି କରୋନା
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି । ଦେନିକ ସଂକ୍ରମଣ ଏବଂ ମୃତୁ୍ୟ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି । ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦୮୮ରେ ପହଂଚିଛି । ସେହିପରି ଗତ ୨୪ ଘଣ୍ଟାରେ ମୃତୁ୍ୟ ସଂଖ୍ୟା ୩୦ ତଳେ ରହିଛି । ଏହା ୨୬ ରେ ପହଞ୍ଚିଛି । ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି ।
ଏହି ସମୟରେ ସକ୍ରିୟ ମାମଲା ୧୧ ହଜାର ତଳେ ରହିଛି । ଏହା ୧୦ ହଜାର ୮୭୦ ରହିଛି । ସେହିପରି ୨୪ ଘଣ୍ଟାରେ ହଜାରେ ୮୧ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୧ ହଜାର ୭୩୬ ଛୁଇଁଛି । ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୦ ଲକ୍ଷ ୩୮ ହଜାର ୧୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୫ ହଜାର ୪୧୦ ଜଣ ସୁସ୍ଥ ହୋଇ ସାରିଛନ୍ତି ।
ଗତ ୨୪ ଘଣ୍ଟାରେ କେରଳର ସର୍ବାଧିକ ୨୯୮ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଦିଲ୍ଲୀରେ ୨୦୨ ଜଣ, ମହାରାଷ୍ଟ୍ରରେ ୧୧୩ ଜଣ, ହରିୟାଣାରେ ୧୪୯ ଏବଂ ମିଜୋରାମରେ ୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Powered by Froala Editor