ରାଜଧାନୀ ପ୍ରତିଷ୍ଠା ଦିବସରେ ମୋର ଭୁଲ କ’ଣ ବୋଲି କାହିଁକି କହିଲେ ଅପରାଜିତା ଜାଣନ୍ତୁ
ଭୁବନେଶ୍ବର: ଆଜି ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ । ମହାଆଡମ୍ବରରେ ଏହି ସ୍ବତନ୍ତ୍ର ଦିନକୁ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ୟ୍ୟସୂଚୀ ପ୍ରକାଶ ପାଇ ସାରିଛି । ସକାଳୁ କାର୍ୟ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିମନ୍ତ୍ରଣ କାର୍ୟ୍ୟସୂଚୀରେ ଭୁବନେଶ୍ବର ସାଂସଦଙ୍କ ନାମ ନାହିଁ । ଯାହାକୁ ନେଇ ଟ୍ବିଟ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।
ଟ୍ବିଟ କରି ସାଂସଦ କହିଛନ୍ତି ଆଜି ୧୩ ଏପ୍ରିଲ । ଏହି ଦିନକୁ ରାଜଧାନୀ ପ୍ରତିଷ୍ଠା ଦିବସ ଭାବରେ ପାଳନ କରାଯାଉଛି । ରାଜ୍ୟ ସରକାରଙ୍କ ଦ୍ବାରା ଏକ ବଡ ସମାରୋହ ଆୟୋଜିତ ହୋଇଛି । କାର୍ୟ୍ୟକ୍ରମକୁ ମୋତେ ଛାଡି ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି । ମୋତେ ନିମନ୍ତ୍ରଣ କରାଯାଇନାହିଁ । ଏହା ଏକ ବଡ ଦିନ ମୁଁ ସାମିଲ ହେବାକୁ ଚାହୁଁଥିଲି । ଏମିତି କାହିଁ ମୋର ଭୁଲ କଣ ବୋଲି ଟ୍ବିଟ କରି ଅସନ୍ତୋଷ ଜାହିର କରିଛନ୍ତି ଅପରାଜିତା ଷଡଙ୍ଗୀ ।ସେ ଆହୁରି କହିଛନ୍ତି ଏହା କେବଳ ନିୟମ ବହିର୍ଭୂତ୍ତ ଏବଂ ଅଗଣତନ୍ତ୍ରିକ ବିଷୟ ତାହା ନୁହେଁ ବରଂ ଅତ୍ୟନ୍ତ ଦୁଃଖ ତଥା ନିନ୍ଦନୀୟ ବିଷୟ ।
Powered by Froala Editor