ବାରମ୍ବାର ସମନ ସତ୍ତ୍ୱେ ଶୁଣିଲେନି, କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଜାରି ହେଲା ଆରେଷ୍ଟ ୱାରେଣ୍ଟ
କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଜାତୀୟ ଅନୁସୂଚିତ ଜନଜାତି କମିଶନ ନିଜ ସାମ୍ବିଧାନିକ କ୍ଷମତା ପ୍ରୟୋଗ କରି ଏହି ଓ୍ଵାରେଣ୍ଟ ଜାରି କରିଛନ୍ତି । ତାଙ୍କୁ ଗିରଫ କରି ନୂଆଦିଲ୍ଲୀ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟରେ ହାଜର କରାଇବା ପାଇଁ ରାଜ୍ୟ ଡିଜିପି ସୁନୀଲ କୁମାର ବଂଶଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବିଗତ ଏକ ବର୍ଷ ହେବ କେନ୍ଦୁଝର ଆଦିବାସୀ ସଂଗଠନ ବିଭିନ୍ନ ସମସ୍ୟା ନେଇ ଅନୁସୂଚିତ ଜନଜାତି ଆୟୋଗରେ ମାମଲା ଦାୟର କରିଥିଲେ। ଆଉ ଆୟୋଗ ତରଫରୁ ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କୁ ନୋଟିସ ଏବଂ ବାରମ୍ବାର ସମନ ସତ୍ତ୍ଵେ ଶୁଣାଣି ସମୟରେ ଜିଲ୍ଲାପାଳ ହାଜର ହେଉ ନଥିଲେ।
ଆୟୋଗ ପ୍ରତି ଅବହେଳା କରିବା ଅପରାଧରେ ଜିଲ୍ଲାପାଳ ଠାକରେଙ୍କୁ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି ଏସଟି ଆୟୋଗ। ଏହା ସହିତ ଜିଲ୍ଲାପାଳଙ୍କୁ ଆଣି ଏପ୍ରିଲ ୧୩ ତାରିଖ ପୂର୍ବାହ୍ନ ୧୧ଟାରେ ଆୟୋଗଙ୍କ ସାମ୍ନାରେ ହାଜର କରାଇବାକୁ ଓଡିଶା ପୋଲିସ ମହାନିର୍ଦ୍ଦେଶ ସୁନୀଲ କୁମାର ବଂଶଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଜନଜାତି ଆୟୋଗ।
Powered by Froala Editor