ଦେଶରେ ୧ ହଜାର ୩୩ ନୂଆ କରୋନା ମାମଲା ଚିହ୍ନଟ
ନୂଆଦିଲ୍ଲୀ,: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ହଜାର ୦୩୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଏଥିସହ ୪୩ଜଣଙ୍କ ମୃତୁ୍ୟ ଘଟିଛି । ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪,୩୦,୩୧,୯୫୮ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୪,୨୫,୦୦,୦୦୨ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୧୧,୪୯୨ ସକ୍ରିୟ ମାମଲା ରହିଛି । ଦେଶରେ କରୋନା ମୃତୁ୍ୟ ସଂଖ୍ୟା ୫,୨୧,୫୭୩କୁ ବୃଦ୍ଧି ପାଇଛି ।
Powered by Froala Editor