କଟକ ଯୋବ୍ରା ବୁଡି଼ ଘଟଣା, ମହାନଦୀରୁ ମିଳିଲା ଆଉ ଏକ ମୃତ ଦେହ
କଟକ: କଟକ ଯୋବ୍ରା ବୁଡି଼ ଘଟଣା। ମହାନଦୀରୁ ତୃତୀୟ ମୃତଦେହ ଉଦ୍ଧାର ହୋଇଛି। ବହୁ ଖୋଜାଖୋଜି ପରେ ନିଖୋଜ ସାଦିକ ଖାନଙ୍କ ମୃତଦେହ ମିଳିଛି । ରବିବାର ଗାଧୋଇବାକୁ ଆସିଥିବାବେଳେ ଅପରାହ୍ନରେ ମହାନଦୀରେ ବୁଡି଼ ନିଖୋଜ ହୋଇଥିଲେ ୩ ନାବାଳକ।
ପୂର୍ବରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଆଜି ତୃତୀୟ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ବୁଡି ଯାଇଥିବା ତିନି ଯୁବକଙ୍କୁ ଅନେକ ଖୋଜାଖୋଜି କରାଯାଇଥିଲା। ସାହିଲ୍ ଖାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ହେଲେ ଅନ୍ୟ ୨ଜଣ ନାବାଳକଙ୍କ କୌଣସି ପତ୍ତା ମିଳିନଥିଲା। ସୋମବାର ଦିନ ଆୟୁବ ଖାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ତୃତୀୟ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶେଷରେ ସମସ୍ତଙ୍କର ମୃତଦେହ ମିଳିବା ପରେ ଅଂଚଳରେ ଦୁଃଖର ଛାୟା ଖେଳିଯାଇଛି।
Powered by Froala Editor