ମହାନଦୀରୁ ଉଦ୍ଧାର ନାବାଳକ ମୃତ
କଟକ: ମହାନଦୀର ଯୋବ୍ରାରେ ଗାଧୋଇଥିବା ବେଳେ ବୁଡ଼ିଗଲେ ୩ ନାବାଳକ। ସେମାନଙ୍କୁ ଭିତରୁ ଜଣଙ୍କୁ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ହେଉଛି ସାହିଲ୍ ଖାନ୍। ତେବେ ଅନ୍ୟ ଦୁଇ ନାବାଳକଙ୍କ ପତ୍ତା ଏପର୍ୟ୍ୟନ୍ତ ମିଳିନାହିଁ।ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ସାହିଲ ଖାନ୍, ରାଜ ଓ ଛୋଟୁ ଗାଧୋଇବା ପାଇଁ ଯାଇଥିଲେ। ତିନି ଜଣ ମିଶି ନଦୀ ଭିତରକୁ ଯାଇଥିଲେ। ଗାଧୋଇବା ବେଳେ ଚୋରା ବାଲିରେ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ତିନି ସାଙ୍ଗ ବୁଡ଼ି ଯାଇଥିଲେ।
ସେଠାରେ ଉପସ୍ଥିତ ଲୋକମାନେ ଚିତ୍କାର ଶୁଣି ସାହିଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ସେପଟେ ରାଜ ଓ ଛୋଟୁଙ୍କ ପତ୍ତା ମିଳୁନାହିଁ। ଉଦ୍ଧାର କାର୍ୟ୍ୟକୁ ଜୋରଦାର କରାଯାଇଛି।
Powered by Froala Editor