କନେଷ୍ଟବଳଙ୍କୁ ହତ୍ୟା କଲେ ଲାଲ ବାହିନୀ

ରାୟପୁର: ଛତିଶଗଡର ବିଜାପୁରରେ ପୁଣି ମାତିଲେ ଲାଲ ବାହିନୀ । ବିଜାପୁର ଠାରୁ ୭୩ କିଲୋମିଟର ଦୂରରେ ଥିବା ମିର୍ତୁର ଗ୍ରାମରେ ଆଜି ନକ୍ସଲମାନେ ଜଣେ ଆସିଷ୍ଟାଣ୍ଟ କନଷ୍ଟେବଳଙ୍କୁ ହତ୍ୟା କରିଛନ୍ତି । ହତ୍ୟାର ଶିକାର ହୋଇଥିବା ପୋଲିସ କର୍ମଚାରୀଙ୍କ ନାମ ଗୋପାଳ କାଦତି ବୋଲି ଜଣାପଡିଛି । ତାଙ୍କୁ ସ୍ଥାନୀୟ ଏକ ହାଟ ନିକଟରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ ହତ୍ୟା କରିଛନ୍ତି ନକ୍ସଲ ।
ବିଜାପୁର ପୋଲିସ ଅଧୀକ୍ଷକ କମଲୋଚନ କଶ୍ୟପ ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଘଟଣାର ଅନୁସନ୍ଧାନ ପାଇଁ ଏକ ପୋଲିସ ଟିମ ମଧ୍ୟ କାମ ଆରମ୍ଭ କରିସାରିଛନ୍ତି । ଦେଶର ସର୍ବାଧିକ ମାଓ ପ୍ରଭାବିତ ଅଞ୍ଚଳ ଭାବେ କୁଖ୍ୟାତି ଅର୍ଜନ କରିଛି ଛତିଶଗଡର ବିଜାପୁର । ନିକଟ ଅତୀତରେ ମଧ୍ୟ ପୋଲିସ ଓ ସୁରକ୍ଷା କର୍ମୀମାନେ ବଡ ନକ୍ସଲ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି । ମାଓ ବିରୋଧୀ ଅଭିଯାନ ଜାରି ରହିଥିବା ସତ୍ତ୍ବେ ମଧ୍ୟ ଉକ୍ତ ଅଞ୍ଚଳରୁୁ ମାଓ ପ୍ରଭାବକୁ ସମ୍ପୂର୍ଣ୍ଣ ହ୍ରାସ କରାଯାଇ ପାରିନାହିଁ ।
Powered by Froala Editor