ଅମୂଲମୂଲ ହେଲାଣି ଲେମ୍ବୁ, ଚୋର ନେଇଗଲେ ୬୦ କିଲୋ
ତେଲ ଦର ହୁ ହୁ ବଢିଚାଲିଥିବାବେଳେ ଲେମ୍ବୁ ମଧ୍ୟ ଆକାଶଛୁଆଁ ହୋଇଛି । ତେଣୁ ଲୋକେ ଲେମ୍ବୁ କିଣିବାକୁ କୁଣ୍ଠାବୋଧ କରିଛନ୍ତି । ଇତିମଧ୍ୟରେ ଲେମ୍ବୁକୁ ନେଇ ଆସିଛି ଅଜବଗଜବ କଥା । ଚୋର ୬୦ କିଲୋ ଲେମ୍ୱୁ ସହ ରଷୁଣ, ପିଆଜ ଚୋରି କରି ନେଇଯାଇଛି।
ଉତ୍ତର ପ୍ରଦେଶର ଶାହଜହାଁପୁର ଜିଲ୍ଲାର ତିଲହର ଅଞ୍ଚଳରେ ଘଟିଛି। ଏଠାରେ ଲେମ୍ୱୁର ଦରବୃଦ୍ଧିର ପ୍ରଭାବ ସବୁଠୁ ଅଧିକ ଦେଖିବାକୁ ମିଳିଛି। ପରିବା ବ୍ୟବସାୟୀ ମନୋଜ କଶ୍ୟପ କହିଛନ୍ତି, ପରିବା ବଜାରରେ ତାଙ୍କର ଗୋଟିଏ ଦୋକନ ରହିଛି। ଦୋକାନ ଆଗରେ ରାତିରେ ପରିବା ରଖିବା ପାଇଁ ଗୋଦାମ ଅଛି। ରବିବାର ଦୋକାନରେ ପହଞ୍ଚିବା ବେଳେ ତାଲା ଭଙ୍ଗାଯାଇଥିବା ମନୋଜ ଦେଖିବାକୁ ପାଇଥିଲେ। ତାଙ୍କ ଗୋଦାମରୁ ୬୦ କିଲୋ ଲେମ୍ୱୁ, ୪୦ କିଲୋ ପିଆଜ, ୩୮ କିଲୋ ରଷୁଣ ଚୋରି ହୋଇଛି।
Powered by Froala Editor