ରାମନବମୀ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର:ଆଜି ପବିତ୍ର ରାମନବମୀ । ମର୍ୟ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋଉତ୍ସବ ପାଳୁଛି ଦେଶ । ଚଳ ଚଞ୍ଚଳ ହୋଇ ଉଠିଛି ସମସ୍ତ ରାମ ମନ୍ଦିର ପରିସର । ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ଦର୍ଶନ କରୁଛନ୍ତି । ଏହି ପବିତ୍ର ଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ପବିତ୍ର ରାମନବମୀ ଅବସରରେ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା । ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ମଙ୍ଗଳମୟ କରିବା ସହ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରି ଦେଉ ବୋଲି କହିଛନ୍ତି ନବୀନ ।
ସେହିପରି ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ରାମନବାମୀର ଅଭିନନ୍ଦନ ଜଣାଇଛନ୍ତି । ପବିତ୍ର ରାମନବମୀ ଅବସରରେ ସମସ୍ତ ଓଡ଼ିଶା ବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ । ମର୍ୟ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ ବୋଲି କାମନା କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ ।
Powered by Froala Editor