ବ୍ରଜପାତ ସହ ବର୍ଷା ସମ୍ଭାବନା, ୧୧ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ
ଭୁବନେଶ୍ବର : ରାଜ୍ୟର କିଛି ସ୍ଥାନରେ ବ୍ରଜପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର , ଭଦ୍ରକ ଅଞ୍ଚଳରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ଛଡ଼ା ଆସନ୍ତା ୫ ଦିନ ପାଇଁ ପାଗ ଶୁଖିଲା ରହିବ । କେବଳ କିଛି ସ୍ଥାନରେ ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୫ ଦିନର ଉପକୁଳ ଓଡ଼ିଶାରେ ତାପାମାତ୍ରା ସ୍ବାଭାବିକ ରହିବା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ରୁ ୩ ଡିଗ୍ରୀ ତାପମାତ୍ର ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୁର୍ବାନୁମାନ କରାଯାଇଛି ।
Powered by Froala Editor