ଦୁଇ ଟାଇଲ ଭିତରୁ ବାହାରିଲା ୪୫ ଧଣ୍ଡ ସାପ ଛୁଆ

ଭୁବନେଶ୍ୱର ଉପକଣ୍ଠରେ ଥିବା ଗାଡକଣ ସ୍ଥିତ ଲବଣୀ ପ୍ରଧାନଙ୍କ ଗାଧୁଆ ଘରୁ ୪୫ଟି ଧଣ୍ଡ ସାପ ଛୁଆ ଉଦ୍ଧାର ହୋଇଛି । ଲବଣୀ ପ୍ରଧାନଙ୍କ ଗାଧୁଆ ଘରୁ ସାପ ଛୁଆ ଦେଖିବା ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଦାସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଟାଇଲ ମଧ୍ୟରେ ଥିବା ଫାଙ୍କରେ ସାପ ଛୁଆ ଥିବା ଦେଖିବାକୁ ପାଇଥିଲେ । ତାପରେ ହାତୁଡି ସାହାଯ୍ୟରେ ବାହାର କରାଯାଇଥିଲା । ସାପ ଛୁଆ ମାନଙ୍କୁ ଏକ ପ୍ରାକୃତିକ ନାଳରେ ଛାଡି ଦିଆଯାଇଛି । ୪୫ଟି ଧଣ୍ଡ ସାପ ଛୁଆ ମଧ୍ୟରୁ ୫ଟି ଅଣ୍ଡା ଫୁଟି ନଥିଲା । ସକାଳ ୭ରୁ ଆରମ୍ଭ ହୋଇଥିବା ପୂରା ରେସକ୍ୟୁ ଅପରେସନ ସରିବା ପାଇଁ ଦୀର୍ଘ ୫ ଘଣ୍ଟା ଲାଗିଥିଲା ।
Powered by Froala Editor