ହାଫିଜ ସୟିଦର ପୁଅ ହାଫିଜ୍ ତଲ୍ହା ଆତଙ୍କବାଦୀ ଘୋଷିତ
ଭାରତ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର-ଏ-ତୋଇବାର ପ୍ରମୁଖ ହାଫିଜ ସୟିଦର ପୁଅକୁ ଆତଙ୍କବାଦୀ ଘୋଷଣା କରିଛି। ହାଫିଜ୍ ସୟିଦର ପୁଅ ହାଫିଜ ତଲ୍ହା ସୟିଦକୁ ଭାରତୀୟ ଗୃହ ମନ୍ତ୍ରାଳୟ ପକ୍ଷରୁ ଆତଙ୍କବାଦୀ ଘୋଷଣା କରାଯାଇଛି। UAPA ଆଇନ୍ ଅନୁସାରେ ତାକୁ ଆତଙ୍କବାଦୀ ଘୋଷଣା କରିଛି ଗୃହ ମନ୍ତ୍ରାଳୟ। ଏନେଇ ଶନିବାର ଗୃହମନ୍ତ୍ରାଳୟ ପକ୍ଷରୁ ଏକ ବିସ୍ତୃତ ନୋଟିଫିକେସନ୍ ମଧ୍ୟ ଜାରି ହୋଇଛି।
ହାଫିଜ୍ ତଲ୍ହାଙ୍କ ପିତା ତଥା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍ମାଇଣ୍ଡ୍ ହାଫିଜ୍ ସୟିଦ୍ଙ୍କୁ ୩୩ ବର୍ଷ କାରାଦଣ୍ଡାଦେଶ ହେବାର ଦିନକ ପରେ ଭାରତର ଗୃହମନ୍ତ୍ରାଳୟ ତାଙ୍କୁ ଚିହ୍ନିତ ଆତଙ୍କବାଦୀ ତାଲିକାଭୁକ୍ତ କରିଛି। ପାକିସ୍ତାନର ‘କାଉଣ୍ଟର୍-ଟେରରିଜମ୍ ଡିପାର୍ଟମେଣ୍ଟ୍’ ଫାଇଲ୍ କରିଥିବା ଦୁଇଟି ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ହାଫିଜ୍ ସୟିଦ୍ ଦୋଷୀ ସାବ୍ୟସ୍ତ ହୋଇଥିଲେ। କିନ୍ତୁ, ୨୬/୧୧ ଆତଙ୍କବାଦୀ ଆକ୍ରମଣଜନିତ ଶାସ୍ତିକୁ ସେ ଏଡ଼ାଇ ଦେଇଛନ୍ତି।
ଗୃହ ମନ୍ତ୍ରାଳୟ ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ, ହାଫିଜ୍ ତଲ୍ହା ସମଗ୍ର ପାକିସ୍ତାନରେ ଥିବା ‘ଏଲ୍ଇଟି’ ଶିବିର ପରିଦର୍ଶନ କରି ପ୍ରବଚନ ଜରିଆରେ ଭାରତ, ଇଜ୍ରାଏଲ୍, ଆମେରିକା ଏବଂ ପାଶ୍ଚାତ୍ୟ ଭାରତୀୟ ସ୍ବାର୍ଥ ରକ୍ଷାକାରୀ ସମ୍ପ୍ରଦାୟ ବିପକ୍ଷରେ ଜିହାଦ ପ୍ରଚାର କରୁଛନ୍ତି। ହାଫିଜ୍ ତଲ୍ହା କିଭଳି ଆତଙ୍କବାଦୀ ଚୟନ, ପାଣ୍ଠି ଆଦାୟ, ଭାରତ ଏବଂ ଆଫଗାନିସ୍ତାନରେ ଭାରତୀୟ ସ୍ବାର୍ଥ ରକ୍ଷାକାରୀଙ୍କ ଉପରେ ‘ଲସ୍କର-ଏ-ତୋଇବା’ ଆକ୍ରମଣ ପାଇଁ ଯୋଜନା ଆଦିରେ ସେ କିଭଳି ସକ୍ରିୟ ଅଛନ୍ତି ତାହା ଗୃହ ମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି।
Powered by Froala Editor