୫୬% ଘରକୁ ପାନୀୟ ଜଳ ପହଞ୍ଚିନି: ବିଜେପି

ଭୁବନେଶ୍ୱର: ଡହ ଡହ ଖରା । ସବୁଠି ତାତି ଓ ଝାଞ୍ଜି ପବନ । ଯେଉଁଥିରେ ତଣ୍ଟି ଶୁଖିଯାଉଛି । ହେଲେ ପିଇବା ପାଇଁ ପାଣି ନାହିଁ । ଲୋକଙ୍କୁ ପାଣି ପାଇଁ ଦୂର ସ୍ଥାନକୁ ଚାଲି ଚାଲି ଯିବାକୁ ପଡ଼ୁଛି । ସମସ୍ତଙ୍କ ଘରକୁ ପିଇବା ପାଣି ଯୋଗାଇବାରେ ସକରାର ବିଫଳ ହୋଇଥିବା ବିଜେପି ଅଭିଯୋଗ କରିଛି । ଏପରିକି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୬% ଘରକୁ ପାନୀୟ ଜଳ ପହଞ୍ଚିନି ବୋଲି ବିଜେପି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି । ଖରାଦିନ ଆରମ୍ଭରୁ ରାଜ୍ୟରେ ଦେଖାଦେଲାଣି ପିଇବା ପାଣି ସମସ୍ୟା । ଏହାରି ମଧ୍ୟରେ ରାଜ୍ୟ ସରକାର ଘରେ ଘରେ ପିଇବା ପାଣି ପହଞ୍ଚାଇଛନ୍ତି ବୋଲି କହି ବାହାବାହା ନେଉଥିବା ବେଳେ ଆଜି ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ।
ଆଜି ରାଜ୍ୟ ବିଜେପି ମୁଖପାତ୍ର ରମାରଞ୍ଜନ ବଳିୟାରସିଂ ପ୍ରେମସିଟ୍ କରି ରାଜ୍ୟରେ ଜଳ ଜୀବନ ମିଶନ ବିଫଳ ହୋଇଛି ବୋଲି ଦାବି କରିଛନ୍ତି । ରାଜ୍ୟରେ ଏବେବି ୫୬ ପ୍ରତିଶତ ଘରକୁ ଏବେ ଯାଏଁ ପିଇବା ପାଣି ଦିଆଯାଇ ନାହିଁ ।
ଏହାଛଡା ମାତ୍ର ୬୭ ପ୍ରତିଶତ ସ୍କୁଲ ଓ ୫୪ ପ୍ରତିଶତ ଅଙ୍ଗନୱାଡୀରେ ପିଇବା ପାଣିର ସୁବିଧା ରହିଛି । ରାଜ୍ୟରେ ୧୬୦ ବ୍ଲକ୍ରେ କେବଳ କାଗଜ କଲମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ରହିଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।
ପିଇବା ପାଣି ଯୋଜନା ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉଥିଲେ ବି ରାଜ୍ୟ ସରକାର ଏହାକୁ ଖର୍ଚ୍ଚ ନକରି ଫେରସ୍ତ କରୁଛନ୍ତି ବୋଲି କହି ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗଟ କରିଛନ୍ତି ବିଜେପି ମୁଖପାତ୍ର ରମାରଞ୍ଜନ ବଳିୟାରସିଂ ।
Powered by Froala Editor