କୁବେର ଯନ୍ତ୍ରୀଙ୍କ ଦ୍ବିତୀୟ ପତ୍ନୀ,ଶାଳୀ ଅଟକ
ଭୁବନେଶ୍ୱର: କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୁଣି ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆଜି କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରୁ ବିପୁଳ ଟଙ୍କା ଠାବ କରାଯିବା ପରେ କ୍ରାଇମବ୍ରାଞ୍ଚ ତାଙ୍କ ଦ୍ୱିତୀୟ ପତ୍ନୀ, ଶାଳୀ ଓ ପୁତୁରାକୁ ଅଟକ ରଖିଛି । ଏପରିକି ସମ୍ପୃକ୍ତ ୩ ଜଣଙ୍କୁ କାର୍ତ୍ତିକେଶ୍ୱରଙ୍କକ ସହ ମୁହାଁମୁହିଁ ଜେରା କରୁଛି କ୍ରାଇମବ୍ରାଞ୍ଚ । କାର୍ତ୍ତିକେଶ୍ୱରଙ୍କ ଟଙ୍କା କାରବାରରେ ପୁତୁରାର ଭୂମିକା ଥିବା ସୂଚନା ମିଳିଛି । ତେବେ ଆମେ କିଛି ଜାଣିନୁ ବୋଲି କାର୍ତ୍ତିକେଶ୍ୱରଙ୍କ ପତ୍ନୀ ଓ ଶାଳୀ ଗଣମାଧ୍ୟମ ଆଗରେ କହିଛନ୍ତି
ପ୍ରକାଶ ଯେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରା ପଡ଼ିଥିବା ଭଞ୍ଜନଗର କ୍ଷୁଦ୍ର ଜଳସେଚନ (ଏମ୍ଆଇ) ଡିଭିଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ ପରେ ବିଚାର ବିଭାଗୀୟ ହାଜତ ପଠାଇ ଦିଆଯାଇଛି । ପୁଣି କାର୍ତ୍ତିଶ୍ବରଙ୍କ ଦ୍ବିତୀୟ ପତ୍ନୀ କଳ୍ପନାଙ୍କ ଭଉଣୀଙ୍କ ସାଲିଆସାହି ସ୍ଥିତ ଘରରେ ଚଢ଼ଉ ବେଳେ ଭିଜିଲାନ୍ସ ଟିମ୍ ନଗଦ ୧ କୋଟି ୪୦ ଲକ୍ଷ ଟଙ୍କା ଜବତ କରିଛି। ତଦନ୍ତ ବେଳେ ଭଉଣୀ ଘରେ ଟଙ୍କା ଥିବା ମାନିଥିଲେ କଳ୍ପନା । ବର୍ତ୍ତମାନ ସୁଦ୍ଧା ସହକାରୀ ଯନ୍ତ୍ରୀଙ୍କର ମୋଟ୍ ୩ କୋଟି ୪୧ ଲକ୍ଷ ୬୬ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ପ୍ରାୟ ୩୫୪ ଗ୍ରାମ୍ ସୁନା ମଧ୍ୟ ଜବତ କରିଛି ଭିଜିଲାନ୍ସ । ପୋଖରିପୁଟରେ ୭୮ ଲକ୍ଷ ୫୦ ହଜାର ଟଙ୍କାର ଏକ ପ୍ରପର୍ଟି କିଣିଥିବା ସୂଚନା ଦେଇଛି ଭିଜିଲାନ୍ସ ।
ସୂଚନା ମୁତାବିକ, ଶୁକ୍ରବାର ଭଞ୍ଜନଗର କ୍ଷୁଦ୍ର ଜଳସେଚନ (ଏମ୍ଆଇ) ଡିଭିଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ଭିଜିଲାନ୍ସ । ଅପରାହ୍ଣରେ ତାଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ (ଝାରପଡ଼ା ଜେଲ୍)କୁ ପଠାଇ ଦିଆଯାଇଛି । ୩ ଦିନର ଚଢ଼ଉରେ ତାଙ୍କ ପାଖରୁ ୫ କୋଟି ୮୨ ହଜାର ୭୯୪ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ ହୋଇଛି । ଜବତ ସମ୍ପତ୍ତି ତାଙ୍କ ମୂଳ ଆୟଠୁ ୭୪୧% ଅଧିକ ।
Powered by Froala Editor