Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, May 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ...

  • ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ...

  • ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ...

  • ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ...

  • ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ...

  • ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ: ୟୁପିଆଇ ...

  • ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ...

  • ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ...

  • ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ...

  • ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ...

Home ›› ››ସନଗ୍ଲାସ ପିନ୍ଧିବାର ଉପକାରୀତା ଜାଣନ୍ତୁ.......

ସନଗ୍ଲାସ ପିନ୍ଧିବାର ଉପକାରୀତା ଜାଣନ୍ତୁ.......

2022-04-09 05:19:11
14389
Share:
Facebook
Twitter
E-Mail
WhatsApp
Telegram
ସନଗ୍ଲାସ ପିନ୍ଧିବାର ଉପକାରୀତା ଜାଣନ୍ତୁ.......

ଧୀରେ ଧୀରେ ବଢ଼ୁଥିବା ଖରାର ପ୍ରକୋପ ସାଙ୍ଗକୁ ବଢ଼ିବାରେ ଲାଗିଛି ‘ସନ୍‌ଗ୍ଲାସ୍‌’ ବା କଳା ଚଷମାର ବ୍ୟବହାର, ଯାହାକି ଫ୍ୟାଶନେବଲ୍‌ ଲୁକ୍‌ ସାଙ୍ଗକୁ ସୂର୍ଯ୍ୟଙ୍କର ପ୍ରଖର କିରଣର ତେଜସ୍କ୍ରିୟ ରଶ୍ମିରୁ ଆଖିକୁ ସୁରକ୍ଷା ପ୍ରଦାନ କରିଥାଏ। ତେବେ ଏହାକୁ ବ୍ୟବହାର କରୁଥିଲେ ଠିକ୍‌ ଫାଇଦା ଉଠାଇବା ଲାଗି କେତେକ ଦିଗ ପ୍ରତି ସଚେତନ ହେବା ଆବଶ୍ୟକ…

ଖରାରୁ ଆଖିକୁ ସୁରକ୍ଷା ଦେବା ଲାଗି ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ଅଧିକାଂଶ ବ୍ୟବହାର କରିଥାଆନ୍ତି ସନ୍‌ଗ୍ଲାସ୍‌ ବା ଗଗଲସ୍‌। ହେଲେ ଯୁବପିଢ଼ିଙ୍କଠାରେ ଏହାର କ୍ରେଜ୍‌ ସବୁଠୁ ଅଧିକ। କାରଣ ଏହା ବିନା ସେମାନଙ୍କ ଫ୍ୟାଶନ୍‌ ଯେମିତି ଅଧୁରା। ଷ୍ଟାଇଲିସ୍‌ ଲୁକ୍‌ ପାଇଁ ସେମାନେ ବିଭିନ୍ନ ରଙ୍ଗର, ଭଳିକି ଭଳି ଆକୃତିର ତଥା ଆଇକ୍ୟାଚି ଡିଜାଇନର ଗଗଲସ୍‌ ପିନ୍ଧିଥା’ନ୍ତି। ତେବେ ଏ ତ’ ଗଲା ଷ୍ଟାଇଲ୍‌ର କଥା। ଏବେ ବିଚାର କରିବା ସୂର୍ଯ୍ୟ କିରଣରେ ଥିବା ବିଭିନ୍ନ କ୍ଷତିକାରକ ରଶ୍ମି କିଭଳି ଭାବରେ ଆଖିକୁ ନଷ୍ଟ କରିଥାଏ ଏବଂ ଆମେ ସନ୍‌ଗ୍ଲାସ୍‌ ବ୍ୟବହାର କରି କିପରି ତା’କୁ ସୁରକ୍ଷା ଦେଇପାରିବା ା ସୂର୍ଯ୍ୟ ରଶ୍ମିରୁ ଆସୁଥିବା ହାଇ ଏନର୍ଜି ନୀଳ ଆଲୋକ (ବ୍ଲୁ ଲାଇଟ୍‌) ସିଧା ଆଖି ଭିତରକୁ ଯାଇ ବିଭିନ୍ନ ପ୍ରକାର କ୍ଷତି କରାଇଥାଏ ା କଳା ଡୋଳାରେ ‘ଫଟୋ କେରାଟାଇଟିସ୍‌’ କରିଥାଏ ା ବେଳେବେଳେ ବରଫରେ ପ୍ରତିବିମ୍ବିତ ହୋଇ ଆଖିଡୋଳାରେ ପଡୁଥିବା ରଶ୍ମି ଦୃଷ୍ଟିଶକ୍ତିକୁ ପ୍ରଭାବିତ କରିଥାଏ, ଯାହାକୁ ଆମେ ‘ସ୍ନୋ ବ୍ଲାଇଣ୍ଡନେସ୍‌’ କହିଥାଉ। ଏହା ଦ୍ୱାରା ଆଖି ନାଲି ପଡ଼ିଯାଏ ଓ ଶୁଖିଲା ହୋଇଯାଏ ଏବଂ ସୂର୍ଯ୍ୟକିରଣରେ ଥିବା ନୀଳ ରଶ୍ମି ଧଳା ମୋତିଆବିନ୍ଦୁ (କାଟାରାକ୍ଟ) କରିଥାଏ ା ଏହା ରେଟିନା ବା ଆଖିର ପର୍ଦ୍ଦାରେ ମଧ୍ୟ ‘ମାକ୍ୟୁଲାର ଡିଜେନେରେଶନ’ କରାଇଥାଏ ା ଆଖି ପରଦାରେ ମାଂସ ବୃଦ୍ଧି କରି ‘ଟେରିଜିୟମ’ କରିଥାଏ ା ସୂର୍ଯ୍ୟ ରଶ୍ମି ଆଖି ଚାରିପଟେ କର୍କଟରୋଗ ବା ବାସାଲ ସେଲ କାର୍ସିନୋମା ମଧ୍ୟ କରିଥାଏ ା ଏମିତିରେ ସନ୍‌ଗ୍ଲାସ୍‌ ବ୍ୟବହାର କେତେ ଉପକାରୀ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ସନ୍‌ଗ୍ଲାସ୍‌ର ଉପକାରିତା:
୧. ଏହା ଦୃଷ୍ଟିଶକ୍ତି ବଢ଼ାଇଥାଏ ଏବଂ ସୂର୍ଯ୍ୟରଶ୍ମିଜନିତ କଷ୍ଟରୁ ଆଖିକୁ ଆରାମ ଦେଇଥାଏ। ପୋଲା ରାଇଜିଂ ସନ୍‌ଗ୍ଲାସେସ୍‌ ପିନ୍ଧିଲେ ଆହୁରି ଆରାମ ମିଳିଥାଏ ା
୨. ସୂର୍ଯ୍ୟ କିରଣରୁ ବାହାରୁଥିବା ଅଲଟ୍ରା ଭାଓଲେଟ୍‌ରେ ‘ଏ’ ଓ ‘ବି’ର ପ୍ରଭାବରୁ ଆଖିକୁ ସୁରକ୍ଷା ପ୍ରଦାନ କରିବା ସହ ମୋତିଆବିନ୍ଦୁ ଓ କର୍କଟ ରୋଗ ହେବାର ଆଶଙ୍କା କମାଇଥାଏ। ତେବେ ଏଭଳି ସମସ୍ୟାରୁ ସୁରକ୍ଷା ପାଇଁ ୟୁଭିକେ ଲେବଲ୍‌ ଥିବା ସନ୍‌ଗ୍ଲାସ୍‌ ବ୍ୟବହାର କରିବା ଉଚିତ ା
୩. ଯେଉଁମାନଙ୍କର ମୋତିଆବିନ୍ଦୁ (କାଟାରାକ୍ଟ) ଅସ୍ତ୍ରୋପଚାର ହୋଇଥାଏ, ସେମାନେ ଡିସ୍‌ପୋଜେବଲ କଳା ଚଷମା ବ୍ୟବହାର କରିବା ଭଲ।
୪. ଅଧିକାଂଶ ଯୁବପିଢ଼ିଙ୍କୁ କଲେଜ, ଜବ୍‌ ଆଦି ପାଇଁ ଡ୍ରାଇଭିଂ କରିବାକୁ ହୋଇଥାଏ। ସେମାନଙ୍କୁ ରାସ୍ତାରେ ଗାଡ଼ି ଚଲାଇବା ବେଳେ ସୂର୍ଯ୍ୟକିରଣ ପଡ଼ି ଆଖି ଜାଲୁଜାଲୁଆ ଦିଶେ, ଯେଉଁଥିରୁ ରକ୍ଷା ପାଇବା ଲାଗି ସନ୍‌ଗ୍ଲାସ୍‌ ପିନ୍ଧିବା ସବୁଠୁ ଭଲ ବିକଳ୍ପ। ଏହା ଆଖିକୁ ଆରାମ ଦେଇଥାଏ ା
୫. ଟିଣ୍ଟେଡ୍‌ ଗ୍ଲାସ ବା ଫଟୋ କ୍ରୋମାଟିକ୍‌ ଗ୍ଲାସ ଅନ୍ଧାରରେ ହାଲୁକା ରଙ୍ଗ ଦିଶୁଥିବା ବେଳେ ଖରାକୁ ଗଲେ ଏହା ବେଶି ଗାଢ଼ ରଙ୍ଗ ବା କଳା ରଙ୍ଗ ହୋଇଯାଏ, ଯାହାକି ଗାଡ଼ି ଚଲାଇବା ବେଳେ ବ୍ୟବହାର କଲେ ଭଲ। କାର ଡ୍ରାଇଭିଂ କଲାବେଳେ ଗ୍ରାଜୁଏଟେଡ ଲେନ୍ସ ବ୍ୟବହାର କରିବା ଉଚିତ ା

ଅନେକ ସନ୍‌ଗ୍ଲାସରେ ଆଲୁଅ ପଡ଼ିଲେ ଏଥିରେ ପ୍ରତିଫଳନ ନ ହେବା ପାଇଁ ଚଷମାରେ ଆଣ୍ଟି ରିଫ୍ଲେକ୍ଟିଂ କୋଟ ଦିଆଯାଇଥାଏ। ଅଧିକ ସମୟ ଖରାରେ ରହିବାକୁ ହେଉଥିଲେ ଏପରି ଗ୍ଲାସ୍‌ ପନ୍ଧିବା ଚକ୍ଷୁ ପାଇଁ ସୁରକ୍ଷିତ। ପାଇଲଟ୍‌ ଏରୋପ୍ଲେନ୍‌ ଚଲାଉଥିବା ବେଳେ କଳା ଚଷମା ନିହାତି ବ୍ୟବହାର କରିବା ଆବଶ୍ୟକ, କାରଣ ସୂର୍ଯ୍ୟକିରଣରୁ ଆସୁଥିବା ଅଲଟ୍ରା ଭାଓଲେଟ ରଶ୍ମି ବେଶି ଉଚ୍ଚତାରେ ଅତ୍ୟଧିକ ବିକିରଣ ହୋଇଥାଏ ା ପାଣି ଭିତରେ ‘ସର୍ଫ ଗଗଲସ୍‌’ ବ୍ୟବହାର କରିବା ଦରକାର। କାରଣ ପାଣି ଭିତରେ ଏହାର ପ୍ଳାବତା (ବୋୟାନ୍ସି) ବେଶି ା ପର୍ବତ ଆରୋହଣ କରିବା ବେଳେ ‘ଗ୍ଲାସିଅର ଗ୍ଲାସେସ୍‌’ ବ୍ୟବହାର କରିବା ଦରକାର ା

ସନ୍‌ଗ୍ଲାସର ରଙ୍ଗ: ଷ୍ଟାଇଲିସ୍‌ ଏବଂ ଗ୍ଲାମର୍ସ ଲୁକ୍‌ ପାଇଁ ମାର୍କେଟ୍‌ରେ ଅସଂଖ୍ୟ ଡିଜାଇନ ଓ ଭଳିକି ଭଳି ରଙ୍ଗର ସନ୍‌ଗ୍ଲସ୍‌ ମାର୍କେଟ୍‌ରେ ଉପଲବ୍ଧ, ଯାହା ଯୁବପିଢ଼ି ବେଶି ବ୍ୟବହାର କରୁଛନ୍ତି। ହେଲେ ସାଧାରଣତଃ ବ୍ଲାକ୍‌, ରେଡ୍‌, ଗ୍ରେ, ଗ୍ରୀନ୍‌ ଓ ବ୍ରାଉନ୍‌ କଲର ସନ୍‌ଗ୍ଲାସ ପ୍ରାୟତଃ ବ୍ୟବହାର କରାଯାଇଥାଏ ା ସୁରକ୍ଷା ଦୃଷ୍ଟିରୁ ଏସବୁ ରଙ୍ଗ ବ୍ୟବହାର କରିବା ଭଲ। ସନ୍‌ଗ୍ଲାସ କାଚ କିମ୍ବା ପ୍ଲାଷ୍ଟିକ୍‌ (ଆକ୍ରିଲିକ୍‌)ରୁ ତିଆରି ହୋଇଥାଏ ା ହେଲେ ପଲି କାର୍ବୋନେଟ୍‌ ପ୍ଲାଷ୍ଟିକ୍‌ ଲେନ୍ସ ବହୁତ ହାଲୁକା ଓ ସହଜରେ ଭାଙ୍ଗି ନ ଥାଏ, ତେଣୁ ଏହା ବ୍ୟବହାର କରିବା ଭଲ। ସେହିପରି ସନ୍‌ଗ୍ଲାସ୍‌ର ଫ୍ରେମ୍‌ ମଧ୍ୟ ହାଲୁକା ହେବା ଦରକାର।

ଅଧିକାଂଶଙ୍କ ମନରେ ଏକ ଧାରଣା ଯେ, ସନ୍‌ଗ୍ଲାସ କେବଳ ଜିରୋପାୱାରର ହୋଇଥାଏ ା ହେଲେ ଯେଉଁମାନଙ୍କର ଆଖି ଖରାପ ବା’ ଚକ୍ଷୁଦୋଷ ଅଛି, ସେମାନେ ଚକ୍ଷୁ ପରୀକ୍ଷା କରାଇ ପାୱାର ସହ ସନ୍‌ଗ୍ଲାସ ବ୍ୟବହାର କରିବା ଉତ୍ତମ ା

Powered by Froala Editor

Tags Sun glass

Related articles Odisha News Lens 4.1

  • ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ?

    13829
    May 10, 2026
  • ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ଘଟଣା: ତିନି ସନ୍ଦିଗ୍ଧ ଗିରଫ
    ଦେଶ-ଦେଶାନ୍ତର

    ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ଘଟଣା: ତିନି ସନ୍ଦିଗ୍ଧ ଗିରଫ

    15614
    May 11, 2026
  • ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ଜାଣନ୍ତୁ ଏସ୍ କିର୍ତ୍ତନାଙ୍କ ବିଷୟରେ...
    ରାଜନୀତି

    ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ଜାଣନ୍ତୁ ଏସ୍ କିର୍ତ୍ତନାଙ୍କ ବିଷୟରେ...

    13651
    May 11, 2026
  • ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ:  ୟୁପିଆଇ ପେମେଣ୍ଟ ପାଇଁ ଧରାପଡ଼ିଲେ ୩ ସନ୍ଦିଗ୍ଧ
    ଦେଶ-ଦେଶାନ୍ତର

    ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ: ୟୁପିଆଇ ପେମେଣ୍ଟ ପାଇଁ ଧରାପଡ଼ିଲେ ୩ ସନ୍ଦିଗ୍ଧ

    13801
    May 11, 2026
  • ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ହେଲେ ଟିଭିକେ ଦଳର ସଦସ୍ୟ
    ଦେଶ-ଦେଶାନ୍ତର

    ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ହେଲେ ଟିଭିକେ ଦଳର ସଦସ୍ୟ

    14526
    May 10, 2026
  • ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ
    ଦେଶ-ଦେଶାନ୍ତର

    ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ

    15048
    May 11, 2026
  • ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ବିଷ ପିଇଦେଲେ ଶାଶୂ-ଶ୍ୱଶୁର
    ଦେଶ-ଦେଶାନ୍ତର

    ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ବିଷ ପିଇଦେଲେ ଶାଶୂ-ଶ୍ୱଶୁର

    14078
    May 11, 2026
  • ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    13380
    May 11, 2026
  • ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ୱାର୍କଫ୍ରମ ହୋମ୍ ଓ ଲକ୍‌ଡାଉନ
    ଦେଶ-ଦେଶାନ୍ତର

    ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ୱାର୍କଫ୍ରମ ହୋମ୍ ଓ ଲକ୍‌ଡାଉନ

    14360
    May 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ

    15048
    May 11, 2026
  • ଦେଶ-ଦେଶାନ୍ତର

    ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ: ୟୁପିଆଇ ପେମେଣ୍ଟ ପାଇଁ ଧରାପଡ଼ିଲେ ୩ ସନ୍ଦିଗ୍ଧ

    13801
    May 11, 2026
  • ଦେଶ-ଦେଶାନ୍ତର

    ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ହେଲେ ଟିଭିକେ ଦଳର ସଦସ୍ୟ

    14526
    May 10, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17469
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17519
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17877
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16350
    Apr 03, 2021

ବିଶେଷ

  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    16039
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14513
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15473
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15220
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    14020
    May 02, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15394
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15132
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15624
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13946
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ବିଷ ପିଇଦେଲେ ଶାଶୂ-ଶ୍ୱଶୁର

    14078
    May 11, 2026
  • ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ୱାର୍କଫ୍ରମ ହୋମ୍ ଓ ଲକ୍‌ଡାଉନ

    14360
    May 11, 2026
  • ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ

    15048
    May 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In