ଝାରପଡା ଓଭରବ୍ରିଜ୍ ନିକଟରେ ବ୍ୟବସାୟୀଙ୍କ ରାସ୍ତାରୋକ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଝାରପଡ଼ାରେ ଥିବା ଗଣେଷ ମଣ୍ଡପ ହାଟ ଭଙ୍ଗାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ବିନା ନୋଟିସରେ ଉଚ୍ଛେଦ କରାଯାଉଥିବାରୁ ବ୍ୟବସାୟୀମାନେ ଏହାକୁ ବିରୋଧ କରିଛନ୍ତି । କାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ ହେଉଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିଥିବାରୁ ବିଜେଡି ଆକ୍ରୋଶ ମୂଳକ ଭାବେ ଏପରି କରୁଥିବା ଅଭିଯୋଗ ହୋଇଛି ।
ଏହାକୁ ନେଇ ଏବେ ବି ସେଠାରେ ଉତ୍ତେଜନା ଲାଗି ରହିଛି । ଉତ୍ତ୍ୟକ୍ତ ବ୍ୟବସାୟୀ ଓ ସ୍ଥାନୀୟ ଲୋକମାନେ ଲକ୍ଷ୍ମୀସଗାର ଗୋଲେଇ ଛକ ନିକଟରେ କଟକ -ପୁରୀ ରୋଡର ଝାରପଡା ଓଭରବ୍ରିଜ ନିକଟରେ ରାସ୍ତାରୋକ କରିଛନ୍ତି । ରାସ୍ତା ଅବରୋଧ ଯୋଗୁ ଶହଶହ ଗାଡ଼ି ଅଟକି ରହିଛି ।
ଖବର ପାଇ ବିଜେପି ନେତା ସୁନୀତ ମୁଣ୍ଡ୍, ବାବୁ ସିଂହ ଓ ଜଗନ୍ନାଥ ପ୍ରଧାନ ସ୍ଥାନୀୟ ଲୋକଙ୍କ ସମର୍ଥନରେ ସେଠାରେ ପହଞ୍ଚିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ବିପୁଳ ସଂଖ୍ୟାରେ ପୁଲିସ୍ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି ।
ବାବୁ ସିଂହ କହିଛନ୍ତି, “୩୩ ନମ୍ବର ୱାର୍ଡରେ ବିଜେପି କର୍ପୋରେଟର ଜିତିଥିବାରୁ ବିଜେଡି ଆକ୍ରୋଶ ରଖି ଏପରି କରୁଛି । ନିର୍ବାଚନ ରେଜଲ୍ଟ ବାହାରିବା ଦିନ ଗୋଟିଏ ଦୋକାନ ଭାଙ୍ଗି ଦିଅଯାଇଥିଲା । ଆଜି ସବୁ ଦୋକାନ ଭଙ୍ଗା ଯାଇଛି । ସରକାର ଯଦି ଲୋକଙ୍କ ପେଟକୁ ଦାନା ଦେଇପାରିବନି, ତାହାହେଲେ ସେମାନଙ୍କ ଦୋକାନକୁ ଭାଙ୍ଗିବାକୁ କିଏ ଅଧିକାର ଦେଲା?” ଜଣେ ବ୍ୟବସାୟୀ କହିଛନ୍ତି, “ଆମେ ଦଶ ବର୍ଷ ହେବ ଦୋକାନ କରି ପେଟ ପୋଷୁଥିଲୁ । ବିଜେଡି ଆକ୍ରୋଶ ମୂଳକ ଭାବେ ଏପରି କରୁଛି ।
Powered by Froala Editor