ମଠାଧିଶଙ୍କୁ ନିର୍ମମ ହତ୍ୟା

ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ବିଶିମୁଣ୍ଡା ରାଧାକୃଷ୍ଣ ମଠ ମଠାଧିଶ ବାବା କହ୍ନାଇ ଚରଣ ଦାସଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମଠର କର୍ମକର୍ତ୍ତା ରାମବାସୀ ସକାଳୁ ମଠକୁ ଗଲାପରେ ବାବାଙ୍କୁ ଅତି ନିର୍ମମଭାବେ ହତ୍ୟା କରାଯାଇଥିବା ଦେଖିବାକୁ ପାଇଥିଲେ ଦେଖିଥିଲେ । ପରେ ରାମବାସୀ ସୋନପୁର ପୋଲିସକୁ ଖବର ଦେଇଥିଲେ । ଏବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । କିଏ କେଉଁ କାରଣ ପାଇଁ ବାବାକୁ ହତ୍ୟା କରିଛି କାରଣ ସ୍ପଷ୍ଟ ହୋଇପାରି ନାହିଁ । ରବିବାର ବିଳମ୍ବିତ ରାତ୍ରରେ ବାବା ଶୋଇ ଥିବା ଅବସ୍ଥାରେ ତାଙ୍କୁ ହତ୍ୟା କରାଯାଇ ଥିବା ଜଣାପଡିଛି।
Powered by Froala Editor