ଦେଶରେ ଦିନକରେ ୧୦୩୩ ନୂଆ ସଂକ୍ରମିତ
ନୂଆଦିଲ୍ଲୀ: ଦେଶରେ ଦୁଇ ଦିନ ତଳେ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ତଳକୁ ଖସିଥିବା ବେଳେ ଆଜି ପୁଣିଥରେ ଏହି ସଂଖ୍ୟା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୧,୦୩୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି( । ସେହିପରି ଦିନକରେ ଦେଶରେ ୧,୨୨୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧୫ ହଜାର ତଳେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଏବେ ମୋଟ ୧୧,୬୩୯ ଜଣ ସଂକ୍ରମିତ ରହିଛନ୍ତି । ଏହି କ୍ରମରେ ଦେଶରେ ଦୈନିକ ପଜିଟିଭ ହାର ୦.୨୧% ରହିଛି । ଏଯାବତ୍ ଭାରତରେ ମୋଟ ୪,୨୪,୯୮,୭୮୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶବ୍ୟାପୀ ସମୁଦାୟ ୧୮୫.୨୦ କୋଟି ଡୋଜ୍ ଟୀକାକରଣ କରାଯାଇଛି । ଦେଶରେ ସଂକ୍ରମଣ ନିୟନ୍ତ୍ରଣରେ ଥିଲେ ମଧ୍ୟ ଏବେ ପୁଣି ଚିହ୍ନଟ ହୋଇଥିବା ନୂଆ କୋଭିଡ ପ୍ରଜାତି ଚିନ୍ତା ବଢାଇଛି ।
Powered by Froala Editor