ଘରେ ଚାଲୁଛି କି ମଶାଙ୍କ ପ୍ରାଦୁର୍ଭାବ, ଆପଣାନ୍ତୁ ଏହି ଉପାୟ
ଆଜିକାଲି ମଶାଙ୍କ ପ୍ରାଦୁର୍ଭାବ ନ କହିଲେ ଭଲ। ଦିନ ଦ୍ୱିପ୍ରହରରେ ବି କାମୁଡ଼ିବାକୁ ପଛାଉ ନାହାନ୍ତି। ଏବେ ଖରାଦିନେ ଆପଣ ଯେତିକି ଗରମ, ଗୁଳୁଗୁଳିକୁ ନେଇ ଚିନ୍ତିତ ନୁହଁନ୍ତି, ସେତିକି ମଶାଙ୍କୁ ନେଇ ଚିନ୍ତିତ। ଯେତେ ଚେଷ୍ଟା କଲେ ବି ଆପଣ ମଶା ଭଗେଇ ପାରି ନ ଥାଆନ୍ତି। ଏମାନେ ଘରର କୌଣସି ନା କୌଣସି କୋଣରେ ଲୁଚି ରହି ଯାଆନ୍ତି। ଆଜି ଆମେ ଆପଣଙ୍କୁ ମଶା ଭଗେଇବାର କେତେକ ଘରୋଇ ଉପାୟ ବିଷୟରେ କହିବୁ, ଯାହା ଆପଣଙ୍କ କାମରେ ଆସି ପାରିବ। ଆସନ୍ତୁ ଜାଣିବା କ’ଣ ସେ ସବୁ ଉପାୟ।
ରସୁଣ: ଆପଣ ମଶା ଭଗେଇବା ପାଇଁ ରସୁଣ ବ୍ୟବହାର କରି ପାରିବେ। ଏହାର ରସ ମଶାଙ୍କୁ ସୁହାଇ ନ ଥାଏ। ଏଥିପାଇଁ ଆପଣ କିଛି ରସୁଣ ଛେଚି ତାହାକୁ ପାଣିରେ ସିଝାଇ ଦିଅନ୍ତୁ। ଏବେ ସେହି ସ୍ପ୍ରେକୁ ବୋତଲରେ ଭରି ପୂରା କୋଠରୀରେ ସିଞ୍ଚନ କରନ୍ତୁ। ଏମିତି କରିବା ଦ୍ୱାରା କୋଠରୀରେ ଥିବା ସବୁ ମଶା ପଳାଇ ଯିବେ।
କଫି: କଫି ବ୍ୟବହାର ଦ୍ୱାରା ମଧ୍ୟ ଆପଣ ମଶା ଭଗେଇ ପାରିବେ। ଯଦି ଆପଣଙ୍କୁ ଏମିତି ଲାଗିବ କି, ମଶା ଏଠି ଅଣ୍ଡା ଦେଇ ପାରନ୍ତି, ତ ସେହି ସ୍ଥାନରେ କଫି ପାଉଡର କିମ୍ବା କଫି ପକାଇ ଦିଅନ୍ତୁ। ଏମିତି କରିବା ଦ୍ୱାରା ସବୁ ମଶା ଏବଂ ଅଣ୍ଡା ମରିଯିବ।
ପୋଦିନା: ପୋଦିନା ଗନ୍ଧ ମଶାଙ୍କୁ ଭଲ ଲାଗେ ନାହିଁ। ଯଦି ଆପଣ ପୋଦିନା ତେଲକୁ ଘରର ବିଭିନ୍ନ ଜାଗାରେ ସିଞ୍ଚନ କରି ଦେବେ, ତ ମଶା ସେହି ଜାଗା ଛାଡ଼ି ପଳାଇବେ।
ନିମ୍ବ: ନିମ୍ବ ତେଲ ବି ମଶା ଭଗେଇବାରେ ସହାୟକ ହୋଇ ପାରିବ। ଯଦି ଆପଣଙ୍କୁ ମଶା ବାରମ୍ବାର କାମୁଡ଼ୁଛି, ତ ନିମ୍ବ ତେଲକୁ ପାଣିରେ ମିଶାଇ କିମ୍ବା ଲୋଶନରେ ମିଶାଇ ଶରୀରରେ ଲଗାଇ ପାରିବେ। ଏହା ଦ୍ୱାରା ମଶା ଆପଣଙ୍କ ଆଖ ପାଖରେ ବି ବୁଲିବେ ନାହିଁ।
Powered by Froala Editor