ମାନସ ହତ୍ୟା ମାମଲା: କୁଆଡେ ଗଲା ଚିପ୍
ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାକୁ ନେଇ ଧୀରେଧୀରେ ଖୋଲୁଛି ଗୁମର । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଗୁଡେଇ ତୁଡେଇ ପ୍ରଶ୍ନ କରୁଛି କ୍ରାଇମବ୍ରାଞ୍ଚ । ହତ୍ୟାକୁ ନେଇ ବିଭିନ୍ନ ତଥ୍ୟ ମିଳିଥିବାବେଳେ ରହସ୍ୟମୟ ମେମୋରୀ ଚିପକୁ ଏଯାଏ ପାଉନି କ୍ରାଇମବ୍ରାଞ୍ଚ । ଗତକାଲି ମାନସଙ୍କ ରଣପୁର ଘର ସଚ୍ଚର୍୍ ପରେ ମଧ୍ୟ ଚିପର ପତ୍ତା ମିଳିନି । ଚିପରୁ କିଛି ଫାଇଲ ଉଡାଇ ଦେଇ ମାନସ ପାଖରେ ରଖିଥିବା, କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ମାନସଙ୍କ ଅର୍ଦ୍ଧଦଗ୍ଧ ଚପଲ ଓ ଇୟର ଫୋନକୁ ମାନସଙ୍କ ପତ୍ନୀ ଓ ଭାଈ ଚିହ୍ନଟ କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ।
ରିମାଣ୍ଡରେ ଆସିଥିବା ଶର୍ମିଷ୍ଠା ଓ ଝୁନାଙ୍କୁ ଗତକାଲି ସାମ୍ନାସାମ୍ନି ଜେରା କରିଥିଲା କ୍ରାଇମବ୍ରାଞ୍ଚ । ଦୁଇ ଅଭିଯୁକ୍ତଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଜେରା କରାଯାଇଥିଲା । କାଲିଠୁ ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ଓ ଝୁନା ଭୋଇକୁ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ଦ୍ୱିତୀୟ ପର୍ଯ୍ୟାୟର ୩ ଦିନିଆ ରିମାଣ୍ଡର ଆଜି ଦ୍ୱିତୀୟ ଦିନ । ବିଭିନ୍ନ ଦିଗକୁ ନେଇ ଶର୍ମିଷ୍ଠା ଓ ଝୁନାକୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ୫ ଦନିଆ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା । ହେଲେ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ ଚାନ୍ଦବାଲି ଜେଏମଏଫସି କୋର୍ଟ ।
Powered by Froala Editor