ଶ୍ରୀମନ୍ଦିର ରୋଷଘରେ ପଡ଼ିବ ତାଲା

ଭୁବନେଶ୍ୱର : ଶ୍ରୀମନ୍ଦିରରେ ଚୁଲି ଭଙ୍ଗା ଘଟଣାକୁ ନେଇ ଅକଳରେ ପଡ଼ିଯାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଆଗକୁ ଆହୁରି ଯେମିତି ବଡ଼ ଅଘଟଣ ନଘଟେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଶ୍ରୀମନ୍ଦିରରେ ସିସିଟିଭି ସଂଖ୍ୟା ବୃଦ୍ଧି କରିବା ସହ ରାତିରେ ପୁଲିସ ଜଗିବ ବୋଲି ନିଷ୍ପତି ନିଆଯାଇଛି ।
ଏଣିକି ପହୁଡ଼ ପରେ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଖାଲି କରାଯିବ । ମନ୍ଦିର ଭିତରେ ସୁରକ୍ଷା କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କେହି ରହିପାରିବେ ନାହିଁ । ଦେଉଳର ଅଚଳ ସିସିଟିଭି କ୍ୟାମେରାଗୁଡ଼ିକୁ ମରାମତି କରାଯିବ । ରୋଷଘର ଶୋଧ ପରେ ତାଲା ପଡ଼ିବ ବୋଲି ନିଷ୍ପତି ନିଆଯାଇଛି ।
ଅପରପକ୍ଷରେ ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣାକୁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ବାହିନୀ ଗୁରୁତର ସହ ନେଇଛନ୍ତି । ଗତକାଲି ନୀତି ପ୍ରଶାସକ ଓ ସୁରକ୍ଷା ପ୍ରଶାସକ ଧୋପଖାଳିଆ, ଅଙ୍ଗାରୁଆ ଓ ରୋଷଦୁଆରି ଆଦି ସେବକଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଡାକି ଘଟଣା ବାବଦରେ ପଚରାଉଚରା କରିଛନ୍ତି । ମହାପ୍ରଭୂଙ୍କ ବଡ଼ ସିଂହାର ଠାରୁ ପରଦିନ ରୋଷଘର ଘଟଣା ଜଣାପଡ଼ିବା ପର୍ଯ୍ୟନ୍ତ ଯେଉଁମାନେ ଦାୟିତ୍ୱରେ ଥିଲେ ସେମାନଙ୍କ ବୟାନ ରେକଡର଼୍ କରାଯାଇଛି । ସେହିପରି ସିଂହଦ୍ୱାର, ଭୋଗମଣ୍ଡପ, ଗଙ୍ଗାଯମୁନା କୁଅ ଓ ଦକ୍ଷିଣ ଦ୍ୱାର ସିସିଟିଭି ଯାଂଚ କରାଯାଇଛି ।
Powered by Froala Editor