କରୋନା ନେଲା ୫୧୩ ଜୀବନ
ନୂଆଦିଲ୍ଲୀ: କରୋନା ଭୂତାଣୁର ୨ୟ ତରଙ୍ଗ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ପ୍ରତିଦିନ ସଂକ୍ରମଣ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୯୩ ହଜାର ୨୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ୫୧୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।
ରବିବାର ସୁଦ୍ଧା ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୪ ଲକ୍ଷ ୮୫ ହଜାର ୫୦୯ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୪ ହଜାର ୬୨୩ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୧ କୋଟି ୧୬ ଲକ୍ଷ ୨୯ ହଜାର ୨୮୯ ଜଣ ସୁସ୍ଥ ହୋଇଥିବାବେଳେ ୬ ଲକ୍ଷ ୯୧ ହଜାର ୫୯୭ ଜଣ ସକ୍ରିୟ ରୋଗୀ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।