ବନ୍ଧୁକ ମୁନରେ ଲୁଟ, ଲୁଟିଲେ ୫୦ ଲକ୍ଷର ସୁନାଗହଣା

ରାୟଗଡ଼ା: ଆନ୍ଧ୍ରର ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟ । ବନ୍ଧୁକ ମୁନରେ ଲୁଟ । ମୋଟ ୫୦ ଲକ୍ଷର ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୯୦୦ ଗ୍ରାମ ଓଜନର ସୁନା ଓ ନଗତ ୯ଲକ୍ଷ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।
ସୀମାବର୍ତ୍ତୀ ଜମାଦେଈନିକଟରେ ଦୁର୍ବୃତ୍ତମାନେ ଏହି ଲୁଟତରାଜ କରିଛନ୍ତି । ବ୍ୟବସାୟୀଙ୍କ ଘର ଆନ୍ଧ୍ରର ପାର୍ବତୀପୁରମରେ ହୋଇଥିବାବେଳେ ସେ ଘରକୁ ଫେରୁଥିଲେ । ତେବେ ବାଟରେ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲୁଟପାଟ କରିଛନ୍ତି ।
ଏନେଇ ଅଭିଯୋଗ ପରେ ପୁଲିସ ଘଟଣାର ତନାଘନା ଆରମ୍ଭ କରିଛି ।
Powered by Froala Editor