ମାନସ ହତ୍ୟା: ପୁଣି ହେବ ରିମାଣ୍ଡ ଆବେଦନ

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା ଦିନକୁ ଦିନ ରୋଚକ ମୋଡ଼କୁ ଯାଉଛି । ଆଜି ରିମାଣ୍ଡ ଶେଷ ହେଉଥିବାବେଳେ ସମସ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ତେବେ ସେମାନଙ୍କୁ ଆଜି କୋର୍ଟରେ ହାଜରବେଳେ କ୍ରାଇମବ୍ରାଞ୍ଚ ପୁଣି ରିମାଣ୍ଡ ପାଇଁ ଆବେଦନ କରିବ ବୋଲି ଜଣାଯାଇଛି । ଅଧିକ ତଦନ୍ତର ଆବଶ୍ୟକତା ଥିବାରୁ କ୍ରାଇମବ୍ରାଞ୍ଚ ଅଧିକ ୫ ଦିନ ରିମାଣ୍ଡ ଆବେଦନ କରିବ ବୋଲି ଜଣାଯାଇଛି ।
ଆଜି କୋର୍ଟରେ ଶର୍ମିଷ୍ଠା, ନିରଞ୍ଜନ, ଝୁନା, ରଞ୍ଜନ ଓ ଡ୍ରାଇଭର ଭାଗ୍ୟଧରଙ୍କୁ ହାଜର କରିବ କ୍ରାଇମବ୍ରାଞ୍ଚ । ଆବଶ୍ୟକ ପଡ଼ିଲେ ପୁଣି ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ରୁମରୁ ମିଳିଥିବା ନିରଞ୍ଜନଙ୍କ ସିକ୍ରେଟ୍ ଡାଏରୀ ଏବେ କ୍ରାଇମବ୍ରାଞ୍ଚ ସ୍କାନରରେ ରହିଛି ।
ଗତକାଲି ରିମାଣ୍ଡର ଶେଷ ଦିନରେ ‘ସମ୍ପୂର୍ଣ୍ଣ’ଅଫିସରେ ନିରଞ୍ଜନ ଓ ଶର୍ମିଷ୍ଠାଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିଥିଲା କ୍ରାଇମବ୍ରାଞ୍ଚ । ମର୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତର ସ୍କାଏ ଟାଓ୍ୱାରରେ ଥିବା ଫ୍ଲାଟରେ ସିନ୍ ରିକ୍ରିଏସନ୍ କରିଥିଲା ଟିମ୍ । ଫ୍ଲାଟରେ ଶର୍ମିଷ୍ଠାର ମୋବାଇଲକୁ ଜବତ କରିଛି କ୍ରାଇବ୍ରାଞ୍ଚ । ଆପାର୍ଟମେଣ୍ଟର ସିକ୍ୟୁରିଟିଠାରେ ଶର୍ମିଷ୍ଠାର ନଣନ୍ଦ ଛାଡିଯାଇଥିବା ଏକ ଅଣ୍ଡରଟେକିଂ କ୍ରାଇମବ୍ରାଞ୍ଚ ପାଇଛି ।
ସେପଟେ ଜେରା ବେଳେ ମୁହଁ ଖୋଲିଛି ଅଭିଯୁକ୍ତ ନିରଞ୍ଜନ ସେଠୀ । ଶର୍ମିଷ୍ଠାକୁ ଫେରାର ହେବାରେ ସେ ସହାୟତା କରିଥିଲା । ଶର୍ମିଷ୍ଠାକୁ ଦେଇଥିଲା ଗାଡି ଓ ୧୦ ହଜାର ଟଙ୍କା । ସେହି ଗାଡିରେ ଶର୍ମିଷ୍ଠା ଯାଜପୁର ସ୍ଥିତ କାଳିଆପାଣି ନିଜ ଶାଶୂଘରକୁ ଯାଇଥିଲେ । ଏହାଛଡା ମାନସଙ୍କୁ ଅପହରଣ କରିବା ପରେ ପ୍ରଥମେ ଦୟାଲ ଆଶ୍ରମ ଓ ପରେ ସମ୍ପୂର୍ଣ୍ଣ ଅଫିସକୁ ନିଆଯାଇଥିଲା ।
Powered by Froala Editor