ରୋଗୀଙ୍କୁ କାମୁଡ଼ିଲା ମୂଷା, ୨ ଡାକ୍ତର ନିଲମ୍ବିତ
ତେଲେଙ୍ଗାନାର ଏକ ହସପିଟାଲରେ ଜଣେ ରୋଗୀଙ୍କୁ ମୂଷା କାମୁଡ଼ି ଦେବାରୁ ୨ ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି। ମହାତ୍ମାଗାନ୍ଧୀ ମେମୋରିଆଲ ହସପିଟାଲରେ ଏହି ଘଟଣା ଘଟିଛି। ଏବେ ରୋଗୀ ଜଣକ ଉକ୍ତ ହସପିଟାଲ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।
୩୮ ବର୍ଷୀୟ ଶ୍ରୀନିବାସ ରୋଗୀ ଫୁସଫୁସ ଏବଂ ଯକୃତ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ ଏବଂ ତେଲେଙ୍ଗାନାର ୱାରଙ୍ଗାଲର ମହାତ୍ମା ଗାନ୍ଧୀ ମେମୋରିଆଲ ହସପିଟାଲ (MGMH) ରେ ମାର୍ଚ୍ଚ ୨୬ରେ ତାଙ୍କୁ ଆରଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଏଠାରେ ଥିବା ରେସ୍ପିରୋଟାରି ଇଣ୍ଟରମିଡିଏଟ୍ କେୟାର ୟୁନିଟ୍ (ଆରଆଇସିୟୁ) ରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କୁ ମୂଷା କାମୁଡ଼ିଥିବାର ଅଭିଯୋଗ ହୋଇଛି। କୁହାଯାଉଛି ଯେ ଆଇସିୟୁରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କ ଗୋଡ ଏବଂ ହାତକୁ ମୂଷାମାନେ କାମୁଡ଼ି ଦେଇଥିବାରୁ ତାଙ୍କୁ ଗୁରୁତର ଆଘାତ ଲାଗିଛି ।
ଏହି ଘଟଣା ସାମ୍ନାକୁ ଆସିବା ପରେ ତେଲେଙ୍ଗାନାର ଅନ୍ୟତମ ପ୍ରମୁଖ ସରକାରୀ ଡାକ୍ତରଖାନାରେ ସରକାର ଡାକ୍ତରଖାନା ଅଧୀକ୍ଷକ ବି ଶ୍ରୀନିବାସା ରାଓଙ୍କୁ ବଦଳି କରିଛନ୍ତି। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ଡ୍ୟୁଟିରେ ଥିବା ଦୁଇଜଣ ଡାକ୍ତରଙ୍କୁ ମଧ୍ୟ ନିଲମ୍ବିତ କରିଛି।
Powered by Froala Editor