ୟୁକ୍ରେନକୁ ଧୂଳି ଚଟେଇବି : ପୁଟିନ
ମସ୍କୋ: ଋଷ ଓ ୟୁକ୍ରେନ ମଧ୍ୟରେ ୩୪ଦିନ ହେଲା ଯୁଦ୍ଧ ଲାଗି ରହିଛି । ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ଅନେକ ଦେଶ ତଥା ବିଶିଷ୍ଟ ବ୍ୟକ୍ତିବିଶେଷ ଚେଷ୍ଟା ଚଳାଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ମଧ୍ୟ ଏ ବାବଦରେ କୌଣସି ଉଣା କରିପାରିନାହାନ୍ତି । ବରଂ ସେ ପୁଟିନଙ୍କୁ ସିଧାସଳଖ ଆଲୋଚନା ପାଇଁ ଅନେକ ଥର ଆହ୍ୱାନ ଦେଲେଣି । କିନ୍ତୁ ପୁଟିନ କୌଣସି ମତେ ରାଜି ହେଉନାହାନ୍ତି ।
ଋଷର ବିଶିଷ୍ଟ ବ୍ୟବସାୟୀ ରୋମାନ୍ ଆବ୍ରାମୋଭିଚ୍ ଏକଦା ଜେଲେନସ୍କିଙ୍କ ଶାନ୍ତି ଆଲୋଚନା ପ୍ରସ୍ତାବ ନେଇ ପୁଟିନଙ୍କ ପାଖକୁ ଯାଇଥିଲେ । ଏଥିରେ କିଛି ସର୍ତ୍ତ ରହିଥିଲା । ପୁଟିନ୍ ଏହି ପ୍ରସ୍ତାବକୁ ଶୁଣିବା କ୍ଷଣି ରାଗରେ ଜଳିଯାଇଥିଲେ । ୟୁକ୍ରେନକୁ ସେ ନିଶ୍ଚିନ୍ତ ଧୂଳି ଚାଟାଇବେ ବୋଲି କହିଥିଲେ । ଏହା ଏକ ସଦ୍ୟ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି ।
‘ଦ ଟାଇମ୍ସ’ ରିପୋର୍ଟ ମୁତାବକ ରୋମାନ ଆବ୍ରାମୋଭିଚ ଜେଲେନସ୍କିଙ୍କର ଏକ ଚିଠି ନେଇ ଯାଇଥିଲେ । ପୁଟିନଙ୍କ ସାମ୍ନାରେ ପଢିଥିଲେ । ତେବେ ସେ ଚିଠିର କେଇ ଧାଡି ପଢିବା ପରେ ପୁଟିନ୍ ତାଙ୍କୁ ଅଧାରୁ ରୋକିଥିଲେ । ଏହାପରେ କହିଥିଲେ ତାଙ୍କୁ (ଜେଲେନସ୍କି) କହିଦେବ ଯେ ସେମାନଙ୍କୁ ମୁଁ ସାଂଘାତିକ ଭାବେ ହରାଇବି । ଯୁଦ୍ଧ ବନ୍ଦ ପାଇଁ ଜେଲେନସ୍କି କିଛି ସର୍ତ୍ତ ରଖିବାରୁ ଏଥିରେ ପୁଟିନ୍ କ୍ରୋଧିତ ହୋଇଥିଲେ । ସୂଚନାଥାଉକି ଋଷ ପାଇଁ ଆବ୍ରାମୋଭିଚ୍ ଜଣେ ଅନୌପଚାରିକ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରି ଶାନ୍ତି ଆଲୋଚନାରେ ସାମିଲ ହେଉଛନ୍ତି ।
Powered by Froala Editor