ଜୀଅନ୍ତା ଜଳିଗଲେ ପକ୍ଷାଘାତ ରୋଗୀ

ଘର ସହିତ ଜୀଅନ୍ତା ଜଳିଯାଇଛନ୍ତି ଜଣେ ଯୁବକ । ଖୁଣ୍ଟା ଥାନା ନବକିଶୋରପୁର ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତକଙ୍କ ନାମ କୁଅଁର ଟୁଡୁ । ଖୁଣ୍ଟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମଧ୍ୟାହ୍ନରେ ଏହି ଘଟଣା ଘଟିଛି। ପକ୍ଷାଘାତରେ ପୀଡ଼ିତ ୪୮ ବର୍ଷୀୟ କୁଅଁର ଟୁଡୁ ଘରେ ଏକା ଶୋଇଥିଲେ। ତାଙ୍କ ପତ୍ନୀ ବାସନ୍ତୀ ଟୁଡୁ ମହିଳା ସଂଘର ଏକ ବୈଠକରେ ଯୋଗ ଦେବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣରୁ କୁଅଁରଙ୍କ ନଡ଼ା ଛପର ଘରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଯାଇଥିବା ଦେଖି ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେବା ସହିତ ନିଜେ ନିଆଁ ଲିଭାଇ କୁଅଁରଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ କୁଅଁରଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। କୁଅଁର ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଖୁଣ୍ଟା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Powered by Froala Editor