୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର : ସୋମବାର ଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବେ । ଆସନ୍ତାକାଲି ସଂସଦର ସେଣ୍ଟ୍ରାଲ ହଲରେ ନେତାଙ୍କ ସହ ଆଲୋଚନା କରିବେ।
ରାଜ୍ୟର ସ୍ଵାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ୟ୍ୟକ୍ରମ ଥିବା ଜଣାପଡିଛି ।
ଏହାସହ ବିବିସି ସ୍ପୋର୍ଟସ୍ ଆୱର୍ଡ କାର୍ୟ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ୩ ଦିନିଆ କାର୍ୟ୍ୟକ୍ରମ ପରେ ୩୧ ତାରିଖରେ ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ।
Powered by Froala Editor