ଟ୍ରେଡ୍ ୟୁନିୟନ ଡାକରାରେ ୨୮ ଓ ୨୯ ଭାରତ ବନ୍ଦ
ମାର୍ଚ୍ଚ ୨୮ ଓ ୨୯ରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଟ୍ରେଡ୍ ୟୁନିୟନ୍। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଟ୍ରେଡ୍ ୟୁନିୟନ୍ ଏହି ଡାକରା ଦେଇଛି। ଏହି ଆନ୍ଦୋଳନରେ ବ୍ୟାଙ୍କ ୟୁନିୟନ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ ।
ମାର୍ଚ୍ଚ ୨୨ରେ ଭାରତ ବନ୍ଦ ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା ପାଇଁ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଏକ ବୈଠକ ଦିଲ୍ଲୀଠାରେ ବସିଥିଲା । ବୈଠକ ପରେ ଟ୍ରେଡ ୟୁନିୟନ ଗୁଡ଼ିକ କହିଛନ୍ତି ଯେ, ଟ୍ରେଡ ୟୁନିୟନମାନେ କହିଛନ୍ତି, କେନ୍ଦ୍ର ସରକାରଙ୍କ କୃଷକ ମାରଣ, ଜନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ନୀତି, ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଅହେତୁକ ଦରବୃଦ୍ଧି, ଇପିଏଫଧାରୀଙ୍କୁ ଜମା ଉପରେ ସୁଧହାର ହ୍ରାସ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାର ଯେଉଁଭଳି ଭାବେ ନୂତନ ଶ୍ରମକୋଡ୍ ଲାଗୁ କରି ସାଧାରଣ ଶ୍ରମିକମାନଙ୍କୁ ଶୋଷଣ କରିବାକୁ ଚେଷ୍ଟା କରିଛନ୍ତି। ବିଶେଷ ଭାବେ ଏହା ବିରୋଧରେ ଏହି ଆନ୍ଦୋଳନ ମୁଣ୍ଡ ଟେକିଛି ବୋଲି ଟ୍ରେଡ ୟୁନିୟନ ନେତାମାନେ କହିଛନ୍ତି।
ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ଘରୋଇକରଣ କରିବା ସହିତ ବ୍ୟାଙ୍କିଙ୍ଗ୍ ଆଇନ୍ ସଂଶୋଧନ ବିଲ୍ ୨୦୨୧ଭଳି ସରକାରଙ୍କ ଯୋଜନାକୁ ବିରୋଧ କରିବାକୁ ବ୍ୟାଙ୍କ ୟୁନିୟନ ଗୁଡ଼ିକ ବି ଏଥିରେ ଅଂଶଗ୍ରହଣ କରୁଛନ୍ତି।
Powered by Froala Editor