ପାହାଡ଼ ନିକଟରୁ ଉଦ୍ଧାର ଶିଶୁ କନ୍ୟା ମୃତ
ଯେତେ ବି ଯୋଜନା ହେଉନା କାହିଁକି ଲୋକଙ୍କ ମାନସିକତା ବଦଳିବ ନାହିଁ । ପୁଣି ଏକ ଶିଶୁ କନ୍ୟା ଅଲୋଡା ଭାବେ ପାହାଡ ନିକଟରୁ ଉଦ୍ଧାର ହୋଇଥିବାବେଳେ କିଛି ସମୟ ପରେ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧିନସ୍ଥ ମାଣ୍ଡୁକା ପଞ୍ଚାୟତରେ।
ଶୁକ୍ରବାର ସକାଳୁ ସ୍ଥାନୀୟ ଅଂଚଳରେ ଥିବା ଏକ ପାହାଡ଼ ନିକଟରେ ନବଜାତ ଶିଶୁକନ୍ୟା ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ନବଜାତ ଶିଶୁକନ୍ୟାଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକେ ଓ ଆଶାକର୍ମୀଙ୍କ ସହାୟତାରେ ନବଜାତ ଶିଶୁକନ୍ୟାକୁ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ହେଲେ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କିଛି ସମୟ ଭିତରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ଶିଶୁକନ୍ୟାଟିକୁ କିଏ ଓ କାହିଁକି ଏଭଳି ଅବସ୍ଥାରେ ଛାଡି ଚାଲି ଯାଇଛି ସେନେଇ ଅଧିକ ତଦନ୍ତ ଚାଲିଛି ବୋଲି ବାଲିଚନ୍ଦ୍ରପୁର ଥାନା ଅଧିକାରୀ କହିଛନ୍ତି।
Powered by Froala Editor