ଚେନ୍ ଛଡାଇ ଛେଚା ଖାଇଲେ
ଦିଦିଙ୍କ ଠାରୁ ଚେନ୍ ଛଡାଇ ଛେଚା ଖାଇଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ନିରାକାରପୁର ଥାନା ଅଧିନସ୍ଥ ହରିପୁର ଗାଁ ଛକ ନିକଟରେ ଘଟିଛି । ଲୁଟେରା ଜଣକ ସ୍କୁଟିରେ ଆସି ସ୍କୁଟି ଗାଡିରେ ଯାଉଥିବା ସେହି ଅଞ୍ଚଳର ଜଣେ ଅଙ୍ଗନବାଡ଼ି ଦିଦିଙ୍କ ବେକରୁ ସୁନା ଚେନ ଛିନ୍-ତାଇ କରି ଚମ୍ପଟ ମାରୁଥିଲା । ହେଲେ ଦିଦି ଚିତ୍କାର କରିବାରୁ ଲୁଟେରା ଜଣକ ବାଟରେ ନଯାଇ ଅବାଟରେ ଯାଇ ଲୋକଙ୍କ ହାବୁଡ଼ରେ ପଡିଗଲା । ସ୍ଥାନୀୟ ଲୋକ ଲୁଟେରାକୁ ଧରି ନିର୍ଦ୍ଧୁମ ମାଡ଼ ମାରିଥିଲେ । ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୁଟେରାକୁ ହେପାଜତକୁ ନେବା ସହ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଲୁଟେରା ଜଣକ ଭୁବନେଶ୍ୱର ସ୍ଥିତ ଡୁମୁଡୁମା ଅଞ୍ଚଳର ଶିବ ପ୍ରସାଦ ଦାସ୍ ।
Powered by Froala Editor