ଭୋଟ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଭୁବନେଶ୍ୱର ୟୁନିଟ-୧ ୱାର୍ଡ ନମ୍ୱର ୪୦ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟର ୪୧୬ ନମ୍ବର ବୁଥରେ ସୁରେଶ ମହାପାତ୍ର ଭୋଟ ଦେଇଛନ୍ତି । ତାଙ୍କ ସହ ପତ୍ନୀ ଦେବାୟନୀ ନନ୍ଦ ମଧ୍ୟ ଭୋଟ ଦେଇଛନ୍ତି । ଏହି ବୁଥରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ ନିଜ ଭୋଟ ଦେଇଛନ୍ତି ।
ଭୋଟ ଦେବା ପରେ ମୁଖ୍ୟ ଶାସନ ସଚିବ କହିଥିଲେ କି ଗଣତନ୍ତ୍ରର ଏହା ପ୍ରକ୍ରିୟାରେ ବହୁ ସଂଖ୍ୟାରେ ଭୋଟର ସକ୍ରିୟ ଅଂଶଗ୍ରହଣ କରି ନିଜ ମତାଧିକାର ସାବ୍ୟସ୍ତ କରିବେ । ତେବେ ସହରାଞ୍ଚଳରେ ମୁଖ୍ୟତଃ ପୁଲିଂ କମ ରହୁଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କିଛି ଭୋଟରଙ୍କ ଦେହାନ୍ତ ଓ ସରକାରୀ କର୍ମଚାରୀଙ୍କ ବଦଳି ଓ ଅବସର ଯୋଗୁଁ ଭୋଟର ତାଲିକାରେ ନାମ ରହିବା ସମ୍ଭବପର ହେଉନାହିଁ । ଇଭିଏମ ତ୍ରୁଟି ଅନେକ ସ୍ଥାନରେ ରାହୁଥିଲେ ହେଁ ତାହାର ବିକଳ୍ପ ବ୍ୟବସ୍ଥା ଭାବେ ଅଡିସନାଲ ଇଭିଏମ ରଖାଯାଇଛି । ଏଭଳି ସମସ୍ୟା ସାମୟିକ ଏହାର ସମାଧାନ କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ରାଜ୍ୟରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ୪୭ଟି ମ୍ୟୁନିସିପାଲିଟି, ୫୯ଟି ଏନଏସି ଓ ୩ ମହାନଗର ନିଗମ ପାଇଁ ପଡୁଛି ଭୋଟ । ୪୦ ଲକ୍ଷରୁ ଅଧିକ ଭୋଟର ନିଜ ପସନ୍ଦର ପ୍ରତିନିଧିଙ୍କୁ ବାଛୁଛନ୍ତି । ଏଥିର ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ହେଉଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ସାରା ରାଜ୍ୟରେ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ଅନ୍ୟପକ୍ଷରେ ଦିନ ୧୨ଟା ସୁଦ୍ଧା ୩ଟି ମହାନଗର ନିଗମ ଯଥା କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ହାରାହାରି ୨୧ ପ୍ରତିଶତ ମତଦାନ ହୋଇଛି । ସେହିପରି ୩ ମହାନଗର ଛାଡ଼ି ଅନ୍ୟ ସହରାଞ୍ଚଳରେ ୩୨ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ଇଭିଏମ ତ୍ରୁଟି ଯୋଗୁ କୌଣସି ସ୍ଥାନରେ ଭୋଟ ଗ୍ରହଣ ବନ୍ଦ ହୋଇନି ବୋଲି ନିର୍ବାଚନ କମିଶନଙ୍କ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
Powered by Froala Editor