ମତଦାନ ସାବ୍ୟସ୍ତ କଲେ ବିଜେଡି ମେୟର ପ୍ରାର୍ଥିନୀ

ଭୁବନେଶ୍ବର: ରାଜ୍ୟରେ ପୌର ନିର୍ବାଚନ ପାଇଁ ମଦଦାନ ଜାରି ରହିଛି । ଏହାରି ଭିତରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ । ଭୁବନେଶ୍ବର ୩୯ ଓ୍ବାର୍ଡ ନମ୍ବରେ ବୁଥ୍ ନମ୍ବର ୪୦୭ରେ ଭୋଟ ଦେଇଛନ୍ତି ସୁଲୋଚନା।
ମତଦାନ ଲାଗି ପରିବାର ଲୋକଙ୍କ ସହିତ ନୟାପଲ୍ଲୀ ଉତ୍କଳମଣି ସରକାରୀ ଉପ୍ରା ବିଦ୍ୟାଳୟ ଆସିଥିଲେ ସୁଲୋଚନା । ମତଦାନ ସାବ୍ୟସ୍ତ କରିବା ପରେ ପ୍ରତିକ୍ରିୟାରେ ସୁଲୋଚନା କହିଛନ୍ତି ଯେ, ଜଣେ ସାଧାରଣ ନାଗରିକ ଭାବରେ ଭୋଟ ଦେଇଛି । ଲୋକଙ୍କ ମଧ୍ୟରେ ଭୋଟ ପାଇଁ ଉତ୍ସାହ ଅଛି । ଲୋକ ଭୋଟ ଦେଉଛନ୍ତି । ସମସ୍ତେ ଆସି ଗଣତନ୍ତ୍ରର ଏହି ପର୍ବରେ ସାମିଲ ହୋଇ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବାଛନ୍ତୁ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରନ୍ତୁ ବୋଲି କହିଛନ୍ତି ସୁଲୋଚନା ।
ପ୍ରକାଶ ଥାଉ କି, ଆଜି ୩ଟି ମହାନଗର, ୪୭ଟି ପୌରାଞ୍ଚଳ ଓ ୫୯ଟି ଏନଏସିରେ ଭୋଟ ଗ୍ରହଣ ହେଉଛି । ଇଭିଏମରେ ୬୪୧୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହେବ । ମୋଟ ୪୦ ଲକ୍ଷ ୫୫ ହଜାର ୫୩ ମତଦାତା ବାଛୁଛନ୍ତି ନେତା । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୫ଟା ଭୋଟ ଗ୍ରହଣ ହେବ । ପୌର ନିର୍ବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ଅନ୍ୟପକ୍ଷରେ ଦିନ ୧୨ଟା ସୁଦ୍ଧା ୩ଟି ମହାନଗର ନିଗମ ଯଥା କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ହାରାହାରି ୨୧ ପ୍ରତିଶତ ମତଦାନ ହୋଇଛି । ସେହିପରି ୩ ମହାନଗର ଛାଡ଼ି ଅନ୍ୟ ସହରାଞ୍ଚଳରେ ୩୨ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ଇଭିଏମ ତ୍ରୁଟି ଯୋଗୁ କୌଣସି ସ୍ଥାନରେ ଭୋଟ ଗ୍ରହଣ ବନ୍ଦ ହୋଇନି ବୋଲି ନିର୍ବାଚନ କମିଶନଙ୍କ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
Powered by Froala Editor