କଦଳୀ ଫେସ ପ୍ୟାକ, ଆଣିଥାଏ ପ୍ରାକୃତିକ ଚମକ

କଦଳୀ ପେଟ ପାଇଁ ଯେତିକି ଲାଭଦାୟକ ହୋଇଥାଏ, ସେତିକି ସ୍କିନ୍ ପାଇଁ। ଏହା ଏମିତି ଏକ ସୁପରଫୁଡ୍, ଯାହା ବର୍ଷ ସାରା ମିଳିଥାଏ। ଏଥିରେ ଆକ୍ଟି ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ। ଏଥି ସହିତ ଏହାର ମଇଶ୍ଚରାଇଜିଙ୍ଗ୍ ଗୁଣ ସ୍କିନ୍କୁ କୋମଳ ତଥା ମୁଲାୟମ ରଖିଥାଏ। ଅଲଗା ଅଲଗା ତରିକାରେ ତିଆରି କଦଳୀ ଫେକ୍ ପ୍ୟାକ ଚେହେରାରେ ପ୍ରାକୃତିକ ଚମକ ଆଣିଥାଏ। ଚେହେରାରେ ଥିବା ଚିହ୍ନ, ଦାଗ ଏବଂ ଏଜିଙ୍ଗ୍ ସମମ୍ୟାକୁ ଦୂର କରିବାରେ କଦଳୀ ବେଶ୍ ପ୍ରଭାବଶାଳୀ ହୋଇଥାଏ। ଆଜି ଆମେ ଆପଣଙ୍କୁ କଦଳୀ ଫେସ୍ ପ୍ୟାକ୍ ବିଷୟରେ କହିବୁ।
ବ୍ରଣ: ଅଧା କଦଳୀକୁ ଏକ ପାତ୍ରରେ ମ୍ୟାସ୍ କରି ନିଅନ୍ତୁ। ଏଥିରେ ଏକ ଚାମଚ ହଳଦୀ ଏବଂ ଏକ ଚାମଚ ନିମ୍ବ ପାଉଡର ପକାଇ ପେଷ୍ଟ ବନାଇ ନିଅନ୍ତୁ। ଏହି ପେଷ୍ଟକୁ ଚେହେରାରେ ୨୦ ମିନିଟ୍ ଲଗାଇ ରଖିବା ପରେ ମୁହଁ ଧୋଇ ନିଅନ୍ତୁ।
ଶୁଷ୍କ ତ୍ୱଚା: ଏକ ପାଚିଲା କଦଳୀରେ ମହୁ ଏବଂ ନଡ଼ିଆ ତେଲ ପକାନ୍ତୁ। ଏହାକୁ ଭଲ ଭାବରେ ମିକ୍ସ କରି ଏହି ପ୍ୟାକ୍କୁ ୧୫ ମିନିଟ୍ ପାଇଁ ଚେହେରାରେ ଲଗାଇ ରଖନ୍ତୁ ଏବଂ ପରେ ଧୋଇ ନିଅନ୍ତୁ।
ଆଣ୍ଟି-ଏଜିଙ୍ଗ୍: ୨ ଚାମଚ ଦହିରେ ଅଧା ପାଚିଲା କଦଳୀ ପକାନ୍ତୁ ଏବଂ ଏହାକୁ ଭଲ ଭାବରେ ମିଶାଇ ନିଅନ୍ତୁ। ଏବେ ଏହି ପ୍ୟାକକୁ ନିଜ ଚେହେରା ଓ ବେକରେ ଲଗାନ୍ତୁ। ୨୦ ମିନିଟ୍ ପରେ ହାଲୁକା ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ।
ତୈଳାକ୍ତ ତ୍ୱଚା: ଅଧା କଦଳୀ, ଏକ ଚତୁର୍ଥାଂଶ ଅମୃତଭଣ୍ଡା ଏବଂ ଏକ ଚତୁର୍ଥାଂଶ କାକୁଡ଼ି ନେଇ ଭଲ ଭାବରେ ମିଶାଇ ନିଅନ୍ତୁ। ଏହି ପେଷ୍ଟକୁ ମୁହଁ ଓ ବେକରେ ଲଗାଇ ୧୫ରୁ ୨୦ ମିନିଟ୍ ଅପେକ୍ଷା କରନ୍ତୁ ଏବଂ ଏହା ଶୁଖିଗଲେ ମୁହଁ ଧୋଇ ନିଅନ୍ତୁ।
Powered by Froala Editor